ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଡି.ୱାଇ.ପାଟିଲ ମୁମ୍ବାଇ ଓ ଭି.ଟି.ସି.ଏ ନାଗପୁର ବିଜୟୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ଆଥଲେଟିକ୍ ଆସୋସିଏସନ ପକ୍ଷରୁ ଟିଲୋସ୍ଥିତ ହନୁମାନ ଜୀଉ ମିନି ଷ୍ଟାଡିୟମ ଠାରେ ରବିବାର ଠାରୁ ଆରମ୍ଭ ହୋଇଥିବା ୨୮ତମ ଆର୍ନ୍ତଜାତୀୟ ପ୍ରଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟିଲୋ କପ୍‌ର ୪ର୍ଥ ଦିନରେ ୨ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ ଡି.ୱାଇ.ପାଟିଲ ମୁମ୍ବାଇ ଓ ୨ୟ ମ୍ୟାଚ୍‌ରେ ଭି.ଟି.ସି.ଏ ନାଗପୁର ବିଜୟୀ ହୋଇଥିଲେ । ପ୍ରଥମ ମ୍ୟାଚ୍‌ରେ ଡି.ୱାଇ.ପାଟିଲ ମୁମ୍ବାଇ ଟସ୍ ଜିତି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ୍ କରିଥିଲା । ଦଳ ପକ୍ଷରୁ ପରାଗ ଖାନାପୁକର ୩୫, ଆୟାଜ୍ ଖାନ୍ ୨୨ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ମନୁ କ୍ରିଷ୍ଣନ୍ ୩ ଓ ଶୁଭମ ସିଂ ୩ ଉଇକେଟ ନେଇଥିଲେ । ଜବାବରେ ସେଣ୍ଟାଲ ଏ.ଜି ଦିଲ୍ଲୀ ୮ ଉଇକେଟ ହରାଇ ୧୪୩ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ ସମିନ୍ତଜୟ ଭଟ୍ଟ ୩୧, ଶୁଭମ ସିଂ ୨୭ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର କ୍ରସ୍ କୋଠାରୀ ୪ ଓ ଇକବାଲ ଅବଦୁଲ୍ଲା ୨ ଉଇକେଟ ନେଇଥିଲେ । ଡି.ୱାଇ ପାଟିଲ ମୁମ୍ବାଇ ୧୪ ରନ୍‌ରେ ବିଜୟୀ ହୋଇଥିଲା । ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ଡି.ୱାଇ.ପାଟିଲ ମୁମ୍ବାଇର କ୍ରସ୍ କୋଠାରୀ ବିବେଚିତ ହୋଇଥିଲେ । ପ୍ରଥମ ମ୍ୟାଚର ପୁରସ୍କାର ବିତରଣୀ ସଭାରେ ଆର୍ନ୍ତଜାତୀୟ ଖେଳାଳୀ ପ୍ରବୀଣ ତାମ୍ବେ, ଆସାମ ରଣଜି କୋଚ୍ ପୁଲକ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ପ୍ରଫେସର ଗୌରାଙ୍ଗ ରାଉଳ, ଲକି ସ୍ୱାଇଁ, ଶୁଭେନ୍ଦ୍ର ଲେଙ୍କା ଉପସ୍ଥିତ ଥିଲେ । ୨ୟ ମ୍ୟାଚ୍‌ରେ ରାଜସାହି ବାଙ୍ଗଲାଦେଶ ଟସ୍ ଜିତି ୧୯.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୧୩ ରନ୍ କରିଥିଲା । ଦଳ ପକ୍ଷରୁ ରୁପମ ନୋନ୍ଦ କ୍ରି ୩୭, ମାନୁନୁର ରାସିଦ୍ ୨୦ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ସୁନିକେତ ବିଙ୍ଗେଓର ୨ ଓ ଭନଜିତ୍ ଯୋଶୀ ୩ ଉଇକେଟ ନେଇଥିଲେ । ଜବାବରେ ଭି.ଟି.ସି.ଏ ନାଗପୁର ୧୭.୧ ଓଭରରେ ୪ ଉଇକେଟ ହରାଇ ୧୧୭ ରନ୍ କରି ବିଜୟଲାଭ କରିଥିଲା । ଦଳ ପକ୍ଷରୁ ସୌରଭ ତୁର୍ବିକର ୪୫ ଓ ଆକାଶ କୋମ୍ବେ୍ଲ ୩୫ ରନ୍ କରିଥିଲେ । ପ୍ରତିପକ୍ଷର ବୋଲର ଏମ୍‌.ଡି. ସବୀର ଅହମ୍ମଦ ୧ ଓ ଜାକୀରୁଲ ହୁସେନ ମୁନ୍ ୧ ଉଇକେଟ ନେଇଥିଲେ । ରାଜସାହି ବାଙ୍ଗଲାଦେଶର ଜିଆଉଲ ହକଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ୨ୟ ମ୍ୟାଚର ପୁରସ୍କାର ବିତରଣୀ ସଭାରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସମାଜସେବୀ ମୂରଲୀଧର ସୂତାର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ସମିତି ସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ମାଧବାନନ୍ଦ ବିଶ୍ୱାଳ, ବାଙ୍ଗଲାଦେଶ ଖେଳାଳୀ ଧିମନ ଘୋଷ, ସୁଧାକର ଧଳ ଯୋଗ ଦେଇଥିଲେ । ଅମ୍ପାୟର ଭାବେ ରଞ୍ଜନ ମହାନ୍ତି, ଶରତ ଜେନା, ଭାଷ୍ୟକାର ଭାବେ ପବିତ୍ର ନାୟକ, ସଞ୍ଜୟ ମଜୁମଦାର, ସେକ୍ ଆଜାରୁଦ୍ଦୀନ, ସ୍କୋରର ଭାବେ ରନେକ ଘୋଷ, ହରିଶ ମୁଖୀ ଦାୟୀତ୍ୱ ତୁଲାଇଥିଲେ । ଖେଳକୁ ସନ୍ତୋଷ ଧଳ, ଧନେଶ୍ୱର ଧଳ, ପର୍ଶୁରାମ ସାହୁ, ପ୍ରକାଶ ସ୍ୱାଇଁ, ଗୋବିନ୍ଦ ଧଳ, ଶଙ୍କର୍ଷଣ ଧଳ, ବାପୁ ବିଶ୍ୱାଳ, ମଣ୍ଟୁ ଲେଙ୍କା, ଅଶୋକ ନାଥ, ପ୍ରସନ୍ନଜିତ ରାଜ ପରିଚାଳନା କରିଥିଲେ । ଆସନ୍ତାକାଲିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ସେଣ୍ଟ୍ରାଲ ଏ.ଜି ଦିଲ୍ଲୀ ଓ ଭି.ଟି.ସି.ଏ ନାଗପୁର ମଧ୍ୟରେ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ