ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ସିପିଏମ୍‌

ବନ୍ତ (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବଜାର ଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି(ମାକ୍ସବାଦୀ) ବନ୍ତ ଅଞ୍ଚଳ କମିଟି ପକ୍ଷରୁ ୯ଦଫା ଦାବୀ ନେଇ ନିରବ ପ୍ରତିବାଦ କରାଯାଇଥିଲା । ସିପିଏମ ଭଦ୍ରକ ଜିଲା ସମ୍ପାଦକ ମଣ୍ଡଳୀ ସଭ୍ୟ ପ୍ରଭାସ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ସିପିଏମ ଆଗରପଡା ଶାଖା ସମ୍ପାଦକ ପ୍ରତାପ କୁମାର ସେଠୀ, ବସନ୍ତ ପାଣିଗ୍ରାହୀ, ସ୍ତିତପ୍ରଜ୍ଞ ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ମହେଶ୍ୱର ନାୟକ, ସନାତନ ଜେନା, ଅନନ୍ତ ଚରଣ ପୃଷ୍ଟି, ଅଭିମନ୍ୟୁ ସେଠୀ, ସନ୍ତୋଷ କୁମାର ମହାପାତ୍ର, ସରୋଜ କୁମାର ସିଂ, ରମାମଣି ସାହୁ, ଚିନ୍ମୟ କୁମାର ବେହେରା, ଅଭିଳାଷ ମଲ୍ଲିକ ପ୍ରମୁଖ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ନିରବ ପ୍ରତିବାଦ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାର, ବିଡିଓ ଓ ଥାନା ଆଇଆଇସିଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ୯ଦଫା ଦାବୀ ମଧ୍ୟରେ ସମସ୍ତ ଇଚ୍ଛୁକ ପ୍ରବାସୀ ଓଡିଆ ମାନଙ୍କୁ ସୁ୍‌ରକ୍ଷିତ ଭାବେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରିବା, ଆୟକର ଦେଉ ନଥିବା ପ୍ରତ୍ୟେକ ପରିବାରକୁ ପ୍ରତିମାସ ୭ ହଜାର ୫ ଶହ ଟଙ୍କା ୩ ମାସ ପାଇଁ ଦେବା, ରେଶନକାର୍ଡ ନଥିବା ପ୍ରତ୍ୟେକ ପରିବାରଙ୍କୁ ମାସକୁ ୧୦ କିଗ୍ରା ଚାଉଳ ୬ ମାସ ପର୍ଯ୍ୟନ୍ତ ଦେବା, କୃଷକ ମାନଙ୍କର ସମସ୍ତ ଋଣ ଛାଡ କରି ସୁଧମୁକ୍ତ ନୂତନ କୃଷି ଋଣ ପ୍ରଦାନ କରିବା, ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ଛାତ୍ରୀଛାତ୍ର ମାନଙ୍କ ପାଠପଢାକୁ ସୁନିଶ୍ଚିତ କରିବା ପାଇଁ ଦୂରଦର୍ଶନ ଓଡିଆ ଚ୍ୟାନେଲକୁ ବ୍ୟବହାର କରିବା, କୋଭିଡ୍‌-୧୯ ମହାମାରୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଅମ୍ଫାନ୍ ଜନିତ ସମସ୍ତ କ୍ଷତି ପୂଜରଣ ସହାୟତା ପ୍ରଦାନ କରିବା, ଶ୍ରମ ଆଇନ୍ ସଂଶୋଧନ ବାତିଲ କରିବା, ୧୨ ଘଣ୍ଟିଆ କାର୍ଯ୍ୟ ଦିବସକୁ ରଦ୍ଧ କରି ୮ ଘଣ୍ଟିଆ ଶ୍ରମ ଆଇନ୍ ବାହାର କରିବା ଆଦି ଅନ୍ତର୍ଭୁକ୍ତ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ