ଭଂଜପ୍ରାଣବିନ୍ଦୁ ଓ କୁଡୁମି ସେନା ପକ୍ଷରୁ ୩୦ ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଲକ୍ ଡାଉନ୍ ପାଇଁ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଦେଇଛି ।ରକ୍ତ ଟୋପାଏ ପାଇଁ ଡହଳ ବିକଳ ହେଉଥିବା ରୋଗୀମାନଙ୍କର ଶୋଚନୀୟ ଅବସ୍ଥାକୁ ଉପଲବ୍ଧି କରି ସହାୟତା ର ହାତ ବଢ଼େଇଲି ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କୁଡୁମି ସେନା ଏବଂ ଭଂଜ ପ୍ରାଣବିନ୍ଦୁ ଅନୁଷ୍ଠାନ । ସେମାନେ ରରୁଆଁ ବ୍ଲକର ଭଂଜକିଆ ଚୈତନ୍ୟ ପ୍ରସାଦ ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ଯାହାକୁ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମମତା ମହାନ୍ତ ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଏହି ରକ୍ତଦାନ ଶିବିରରେ ୩୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।କଲେଜର ଅଧ୍ୟକ୍ଷ ସୁବାସ ବାରିକ,ବିପିନ ବିହାରୀ ମହାନ୍ତ,ଭୁବନ ବିହାରୀ ମହାନ୍ତ,ରଂଜିତ ମହାନ୍ତ, ବିଶ୍ବଜିତ ବାରିକ, କପିଳେନ୍ଦ୍ର ରାଉତ,ରଜତ ମହାକୁଡ଼,ବିପୂଳ ଭୋଇ, ତ୍ରିଲୋଚନ ମହାନ୍ତ, କରଂଜିଆ ହସ୍ପିଟାଲର ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଗୌରାଙ୍ଗ ଚରଣ ନାୟକ ଏବଂ ହସ୍ପିଟାଲ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।କୁଡୁମି ସେନା ଓ ଭଂଜପ୍ରାଣବିନ୍ଦୁ ଅନୁଷ୍ଠାନର ସଦସ୍ୟମାନଙ୍କ ଏହିଭଳି ଜନହିତକର ସାମାଜିକ କାମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


