ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି : ଧର୍ମେନ୍ଦ୍ର ପ୍ରଧାନ

ପୂର୍ବରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଛନ୍ତି
ନୂଆଦିଲ୍ଲୀ :  ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଏକକାଳୀନ ସର୍ବାଧିକ ଟଙ୍କା ଦାନ କରିବା ପରେ ଇସ୍ପାତ କ୍ଷେତ୍ରର ପିଏସୟୁ ଏବଂ ବେସରକାରୀ କ୍ଷେତ୍ର ମିଳିତ ଭାବେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୫୦୦ କୋଟି ଏବଂ ଏହାର କର୍ମଚାରୀ ମାନେ ନିଜ ଦରମାରୁ ଅତିରିକ୍ତ ୧୫ କୋଟି ଟଙ୍କା ଦାନ କରିଛନ୍ତି ବୋଲି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସୂଚନା ଦେବା ସହ ପ୍ରଂଶସା ଆଳରେ କହିଛନ୍ତି ଯେ ଭାରତ କରୋନା ଲଢେଇରେ ଦେଶର ସୁରକ୍ଷା ପାଇଁ ଦେଶ ଅଧିକ ଆବଶ୍ୟକ କରୁଥିବା ବେଳେ ଇସ୍ପାତ୍ ରାଷ୍ଟ୍ରାୟତ ଉଦ୍ୟୋଗର ସହଯୋଗ ପ୍ରଶଂସନୀୟ ବୋଲି କହିଛନ୍ତି । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ସୋମବାର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଥିଲେ । ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି  ଗତକାଲି ମତବ୍ୟକ୍ତ କରିଥିଲେ । ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍‌, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ