ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରରେ ଫ୍ଲେବୋଟୋମିଷ୍ଟ କର୍ମଶାଳା

କଟକ, (ଯୁଗାବ୍ଦ ନ୍ୟୁଜ) : ବିଡ଼ାନାସୀସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଡ଼ାଟାପ୍ରୋ ତରଫରୁ ଶାଖା ପରିଚାଳକ ତପନ କୁମାର ସେନାପତିଙ୍କ ତତ୍ତ୍ୱାବଧାନରେ ଏକ ଫ୍ଲେବୋଟୋମିଷ୍ଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ଲେବୋଟୋମିଷ୍ଟ କର୍ମଶାଳାରେ କଟକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା. ରଞ୍ଜନ ସିଂ, ସାହାରା ନର୍ସିହୋମ୍ କାର୍ଯ୍ୟନିବାହୀ ନିର୍ଦ୍ଦେଶକ ଡ଼ା. ଅଜୟ ମହାପାତ୍ର, ଡ଼ା.ବିଜୟଲକ୍ଷ୍ମୀ ପରିଡ଼ା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ କାର୍ଯ୍ୟ, ଦାୟିତ୍ୱ ଏବଂ କରୋନା ମହାମାରୀ ସମୟରେ କିପରି ରୋଗୀ ସେବା କରିବେ ସେ ସମ୍ବନ୍ଧରେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଡ଼ାଟାପ୍ରୋର ନିଯୁକ୍ତି ମୁଖ୍ୟ କେବିଏସ୍ ଶ୍ରୀକାନ୍ତ ପରିଚାଳନା କରିଥିଲେ । ପୃଥ୍ୱୀରାଜ ରାୟ, ନିର୍ଭୟାନନ୍ଦ ମହାପାତ୍ର, ଲୋକନାଥ ଆଶୁତୋଷ, ସୌମ୍ୟ ମହାନ୍ତି, ଲକ୍ଷ୍ମୀଧର ଜେନା, ସସ୍ମିତା ପାତ୍ର, ସ୍ୱର୍ଣ୍ଣପ୍ରଭା ସାହୁ, ସଂଧ୍ୟାତାରା ରାଉତ, ଦେବେନ୍ଦ୍ର ବେହେରା, ଲୁଲେନ୍ଦୁ ରାଉତରାଏ, ଜ୍ଞାନେଲ ସିଂହ, ସୁବ୍ରତ ସେନାପତି, ମନୋଜ ମୁଦୁଲି, ସଂଗ୍ରାମ ସାହୁ, ପୂର୍ଣ୍ଣିମା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ