ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବାଟବଣା ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଘୋଷଣା କରିଛନ୍ତି l କାମଧନ୍ଦା ବନ୍ଦଥିବାରୁ ଗରିବ ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ଦୁର୍ଦଶା ବଢିଛି l ଲକଡାଉନ ବେଳେ କେହି ବି ଯେମିତି ଅନାହାରରେ ନ ରହିବେ ତାକୁ ଆଖିଆଗରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସମସ୍ତେ ହିତାଧିକାରୀଙ୍କୁ ତିନି ମାସପାଇଁ ମାଗଣାରେ ମୁଣ୍ଡପିଛା ୧୫ କିଲୋଗ୍ରାମ ଚାଉଳ ଓ କାର୍ଡ଼ ପିଛା ୩ କିଲୋଗ୍ରାମ ହରଡ଼ ଡାଲି ଦେବାକୁ ନିର୍ଦେଶ ରହିଛି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ବଣ୍ଡଗୁଡ଼l ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହେଉଛି l ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତର ପ୍ରଦେଶୀ ପ୍ରଧାନ, ବିସିକେଶନ ନାୟକ, ଅଞ୍ଜୁତା ଦଳବେହେରା,ପ୍ରଭାସିନୀ ସାହୁ, ମୀରା ସାହୁ, ମୀତାପାତ୍ର, ଅନୁସୂୟା ବିନ୍ଧାଣି ଭଳି ୩୦ରୁ ଉର୍ଦ୍ଧ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୧୫ କିଲୋଗ୍ରାମ ଚାଉଳ ବଦଳେ ରାସନ କାର୍ଡ଼ ପିଛା ୧୫ କିଲୋଗ୍ରାମ ଚାଉଳ ଦିଆଯାଇଥିବା ଅଭିଯୋଗ କରିଛନ୍ତି l କିଛି ହିତାଧିକାରୀ ଅସନ୍ତୋଷ ପ୍ରକାଶକରି ଚାଉଳ ଫେରାଇ ଦିଆଯାଇଥିବା ଜଣାପଡିଛି l ଏନେଇ କ.ନୂଆଗାଁ ବ୍ଲକପ୍ରଶାସନ ଯୋଗାଣ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଫଳ ଶୁନ l ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତରେ ଚାଉଳ ହେରଫେର ଘଟଣା ମନରୁ ନଲିଭୁଣୁ ଏବଂ ଏପଟେ ବିଶ୍ୱ ମହାମାରୀ କରୋନାରେ ସମସ୍ତେ ଲଢେଇ କରୁଥିବା ସମୟରେ ଏହିଭଳି ଦୁର୍ନୀତି ଆଞ୍ଚଳବାସୀଙ୍କୁ ବ୍ୟଥିତ କରୁଛି l ଜ଼ିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନିରପେକ୍ଷ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମ ବାସୀ ଦାବୀକରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ