ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଏବେ ପାଲଟିଛି ବନ୍ଧ, ରାସ୍ତାରେ ପିଚୁ ଉଠି ଆଣ୍ଠୁଏ ଖାଲ

ମୋହନା, (ଅଂଶୁମାନ ପଣ୍ଡା): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗହଳିକୁ ଗମନାଗମନ କରିବା ପାଇଁ କୋଟି କୋଟି ଟଙ୍କାରେ ନିର୍ମାଣ ହେଉଛି ରାସ୍ତା । ସେଥିରେ ମଧ୍ୟ ରାଜ୍ୟ ସରକାରଙ୍କ କିଛି ଆର୍ଥିକ ଯୋଜନା ସାମିଲ ରହୁଛି । ହେଲେ ଗଜପତି ଜିଲ୍ଲାର ମୋହନା ବ୍ଲକରେ ୨୦୧୮/୧୯ ରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଏବେ ପାଲଟିଛି ମରଣ ଯନ୍ତା। କେଉଁଠି କଲଭର୍ଟ କରି ଉଭୟ ପାର୍ଶ୍ଵରେ ପଥର ବାଡ ନବନ୍ଧାଇ ଟଙ୍କା ଲୁଟ ତ ଆଉ କେଉଁଠି ନିମ୍ନମାନର କାମ କରି ବିଲ ପାସ ହେଉଛି। ଏଥିରେ କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ମିଳି ମିଶି ରାଧେ ରାଧେ ଉପାୟରେ ୨୦% ପିସି ନେଇ ଚାଲିଛି କାମ । ରାସ୍ତା କାମ ସମୟରେ ଘଟଣା ସ୍ଥଳରେ ରାହୁନାହାନ୍ତି ଯନ୍ତ୍ରୀ। ଜାହରିଫଳରେ ମାଟି ଉପରେ ପିଚୁ ପକାଇ ବିଲ ପାସ ହେଉଛି । ଅନେକ ସ୍ଥାନରେ ଫଳକରେ କଲର ଦେଇ ବିଲ ହେଉଛି । ମୋହନା ବ୍ଲକ ଠାରୁ ମାତ୍ର ୬କିମି ଦୂର ବନ୍ଧାଗୁଡା ଗ୍ରାମ ଏହି ଗ୍ରାମକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ରୁ ପ୍ରଧାନମନ୍ତ୍ରୀ ସଡ଼କ ମାତ୍ର ୨କିମି । ଏହାକୁ ନିର୍ମାଣ କରିଥିଲେ ଗଞ୍ଜାମ ଜିଲ୍ଲାର ଠିକାଦାର ସୁନୀଲ କୁମାର ମହାନ୍ତି । ନିର୍ମାଣ କରିବାର ୬ମାସ ନ ପୁରୁଣୁ ରାସ୍ତାରେ ପିଚୁ ଉଠି ଆଣ୍ଠୁଏ ଖାଲ । ବର୍ତ୍ତମାନ ରାସ୍ତା ଉପରୁ ପିଚୁ ଉଠି ବିଲ ହୁଡ଼ା ଭଳି ଅନେକ ସ୍ଥାନରେ ରହିଛି କିଛି ସ୍ଥାନରେ ଖାଲ ହୋଇ ପାଣି ଜମି ବନ୍ଧ ହୋଇସାରିଲାଣି । ବନ୍ଧାଗୁଡ଼ା ଗ୍ରାମବାସୀ ଟିକିଏ ବର୍ଷା ହେଲେ ମୋହନା କିମ୍ବା ଅନ୍ୟ କୌଣସି ଗ୍ରାମକୁ ଯିବାକୁ ହେଲେ ବହୁ ଦୁଃଖ କଷ୍ଟରେ ଯାତାୟତ କରନ୍ତି । ଗ୍ରାମବାସୀ ଏହି ବିଷୟରେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଅଭିମନ୍ୟୁ ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଏବେ କାମ କରିବା ପାଇଁ ଟଙ୍କା ନାହିଁ ଖର୍ଚ୍ଚ କରିବାକୁ। ଏହାସହ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ । ମୁଁ ମଧ୍ୟ ଏଠି କାମ କରିବାକୁ ଇଛୁକ ନାହିଁ।ଏଠି ସବୁ ଲୁଟି ନେଇଛନ୍ତି ବୋଲି କହିଛନ୍ତି । ତେବେ ଜଣେ ବିଭାଗୀୟ ଅଧିକାରୀ ଏଭଳି ମତାମତ ଦେବା କେତେ ଠିକ ?ଅନ୍ୟପଟେ ଉକ୍ତ କାର୍ଯ୍ୟାଳୟରେ ବହୁ ବର୍ଷ ଧରି କିଛି କର୍ମଚାରୀ ରହି ରାଜନୀତି ଆରମ୍ଭ କରିଛନ୍ତି ।ଯାହାକି ଉପ୍ରରିସ୍ଥ ଅଧିକାରୀମାନଙ୍କୁ ହାତ ଗୁଂଜା ଦେଇ ଅନ୍ୟସ୍ଥାନ କୁ ବଦଳି ନହୋଇ କାର୍ଯ୍ୟାଳୟରେ ଆଡ଼ା ଜମାଇ ଚୁପ ରହିଛନ୍ତି। ଏଠି ୫ଟି ସରକାର ଫେଲ ମାରୁଛି ଏବଂ କଣ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ