ପ୍ରଧାନମନ୍ତ୍ରୀ ଙ୍କ ନିଷ୍ପତି କୁ ପ୍ରଶଂସା

ମୋହନା,(ଅଂଶୁମାନ ପଣ୍ଡା) : ପ୍ରଧାନମନ୍ତ୍ରୀ ଙ୍କ ନିଷ୍ପତି କୁ ପ୍ରଶଂସା କରିଛନ୍ତି ଅଞ୍ଚଳ ବାସୀ । ଗଜପତି ଜିଲ୍ଲା ମୋହନା ବ୍ଳକ ରେ ପ୍ରଶଂସା କରିଛନ୍ତି ପ୍ରଧାନ ମନ୍ତ୍ରୀନରେନ୍ଦ୍ରମୁଦି ଙ୍କୁ କେନ୍ଦ୍ର ସରକାର , ଯୋଜନା ପରେ ଯୋଜନା କରି ଶିଶୁକନ୍ୟା ଓମହିଳା ଙ୍କ ସୁରକ୍ଷା ପାଇଁ ରୋସେଇ କ୍ଷେତ୍ରରେ ଉଜ୍ବଳା ଯୋଜନା ଶିଶୁକନ୍ୟା ଯୋଜନା ଏପରିକି ବୋହୁ ଯୋଜନା କରିଛନ୍ତି | ସେପରି ମହିଳା ଙ୍କ ସୁରକ୍ଷା ପାଇଁ ଏବେ ବିବାହ ନିମନ୍ତେ୨୦ବର୍ଷ କରିବା ପାଇଁ ଆଲଚନା କରିଛନ୍ତି | ଏହାକୁ ସବୁ ମହିଳା ମାନେ ସ୍ୱାଗତ ଯୋଗ୍ୟ ବୋଲି ବିବେଚନା କରିଛନ୍ତି | କାରଣ ଆଗରୁ ସରକାର ନୟମ ଅନୁସାରେ ୧୮ବର୍ଷ ବୟସ ରେ ବିବାହ ନିମନ୍ତେ ନୟମ କରିଥିଲେ | ଏଥିରେ ମଧ୍ୟ କିଛି ମହିଳା ଓ ଶିଶୁ ଉପରେ ତାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି ୧୮ବର୍ଷ ବୟସ ରେ ବିବାହର ନିୟମ ଥିଲେ ମଧ୍ୟ ଗାଁ ଗହଳି ଲୋକମାନେ ଝିଅ ମାନଙ୍କୁ କମ ବୟସରେ ବିବାହ ବନ୍ଧନ ରେ ବାନ୍ଧି ଦେଉଛନ୍ତି | ଏହି ପରମ୍ପରା କୁ ରୋକିବା ପାଇଁ ଚାଇଲଡ଼ ଲାଇନ ଗଠନ କରାଯାଇଥିଲା ଏହା ପରେ କିଛି ଜାଗାରେ ବାଲ୍ୟ ବିବାହ ହେବ ବାଣ୍ଡ ହୋଇଯାଇଛି | ବୋହୁ ଜାଗାରେ ଶିଶୁ କୁ ଫିଙ୍ଗା ଯାଇଥିଲା ତାକୁ ପ୍ରଶାସନ ଉଦ୍ଧାର କରିଛି | ଏପରି କି କମ ବୟସ ରେ ବିବାହ କରିଲେ ଗର୍ଭବତୀ ହେବା ସମୟରେ ମା ଓ ଶିଶୁ ପ୍ରତି ବହୁ କଷ୍ଟ ଭୋଗିବାକୁ ପଡିଥାଏ | ଅନେକ ଜାଗାରେ ମା ବଞ୍ଚି ଥାଏ କିନ୍ତୁ ଶିଶୁ ମୃତ ହୋଇଯାଇଥାଏ , ୧୮ବର୍ଷ ବୟସ ରେ ବିବାହ କରି ଶିଶୁ ଜନ୍ମ କରିଥିଲେ ମଧ୍ୟ ଶିଶୁର ଦେହ ସୁସ୍ଥ ରହେନି କି ମା ଭଲ ସେ ସ୍ତନ୍ୟପାନ କରାଇପରେନି ଜା ଫଳରେ କମ ବୟସ ରେ ଶିଶୁର ଦେହାନ୍ତ ଘଟିଥାଏ , ଅନେକ ଜାଗା ଗାଁ ଗହଳି ରେ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳି ଝଗଡା ରେ ଛାଡପତ୍ର ହୋଇ ସେମାନେ ଅଲଗା ହୋଇଯାନ୍ତି | ବହୁ ବୋହୁ ନାରୀ ମାନଙ୍କୁ ମାର ପିଟ କରାଯିବା କାରଣ ରୁ ସେମାନେ ଘର ଛାଡି ଅନ୍ୟତ୍ର ପଳାଇଯାନ୍ତି | ସେମାଙ୍କର ବୟସ କମ ହୋଇଥିବାରୁ ସେମାନେ ଘରର କାମ କରିବା ,ରୋସେଇ କରିବା,ଘରର ଦାଇତ୍ୱ ନେବା ଏସବୁ ସେମାନେ ଶିଖିନଥାନ୍ତି | ଯାହା ଫଳରେ ସେମାନଙ୍କୁ ବହୁ କଷ୍ଟ ଭୋଗିବାକୁ କୁ ପଡେ , ତେଣୁ କେନ୍ଦ୍ର ସରକାର ଙ୍କ ନିଷ୍ପତି କୁ ପ୍ରସଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ମହିଳା ଓ ଅଙ୍ଗନବାଡି, ବୁଦ୍ଧିଜୀବୀ ଏହା ଦ୍ୱାରା କେତେ ଯେ ନିରୀହ ଜୀବନ ଉଦ୍ଧାର ହେବ ଏବଂ ପ୍ରତ୍ୟକ ଅଞ୍ଚଳ ଗାଁ ଗହଳି ରେ ସଚେତନ କରାଇଲେ ହିଁ ଏହାକୁ ରୋକିବାରେ ସମ୍ଭବ ହେବ , ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ଦୁଇ ଜଣ ହାତ ମିଳାଇ ଲେ ହଁ ଗରିବ ମହିଳା ଙ୍କୁ ସୁରକ୍ଷା ମିଳିବ ବୋଲି ମହିଳା ମାନେ କହିଛନ୍ତି | ସୂଚନା ଅନୁସାରେ ଶୁଣିବାକୁ ମିଳିଛି ଏପରି ଏକ ଘଟଣା ଯାହା କି ଝିଅଟିକୁ ୧୮ବର୍ଷ ହୋଇଥିବା ସମୟରେ ତାକୁ ଗୋଟିଏ ସନ୍ତାନ ପ୍ରାପ୍ତି ହୋଇଥିଲା | ଏହା ପରେ ଦ୍ୱତୀୟ ସନ୍ତାନ ଜନ୍ମ ବେଳେ ସେହି ମହିଳା ଜଣକ ଦୁଇ ସନ୍ତାନ ଜନ୍ମ କରିଥିଲେ , ସେହି ଦୁଇ ସନ୍ତାନ ମଧ୍ୟରୁ ପୁତ୍ର ସନ୍ତାନ ର ମୃତ ଘଟିଛି , ଅନ୍ୟ ଶିଶୁ କନ୍ୟା ଟି ବହୁ ଅସୁସ୍ଥ ରହିବା ସହ ମା ମଧ୍ୟ ଅସୁସ୍ଥ ଥିବା ଦେଖିବାକୁ ମିଳିଛି | ଏବଂ ଶୁଣିବାକୁ ମିଳୁଛି ମହିଳା ଜଣକ ନିହାତି ଗରିବ ଶ୍ରେଣୀର ଅଟନ୍ତି ତେଣୁ ତାଙ୍କ ପରିବାର ଚଳିବା ଅତି କଠିନ ହୋଇପଡିଛି | ଏହି ଖବର ଶୁଣିବା ପରେ ପ୍ରଶାସନ ମହିଳା ଜଣଙ୍କୁ ସାହାଯ୍ୟ ର ହାତ ବଢ଼ାଇ ସାହାଯ୍ୟ କରିଛି | ସରକାର ସାହାର୍ଯ୍ୟ ଙ୍କର ଏହି ସାହାର୍ଯ୍ୟ ପାଇଲା ପରେ ମହିଳା ଜଣଙ୍କ ଆସ୍ୱସ୍ଥି ଅନୁଭବ କରିଛନ୍ତି |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ