ଅନୁରୋଧ ରଖି କରୋନା ଟେଷ୍ଟ କଲେ ଦୋକାନୀ

ମୋହନା,(ଅଂଶୁମାନ ପଣ୍ଡା) : ବିଡ଼ିଓ ଙ୍କ ଅନୁରୋଧ ରଖି ନିଜର କରୋନା ଟେଷ୍ଟ କଲେ ଦୋକାନୀ ,ଗଜପତି ଜିଲ୍ଲା ମୋହନା ବ୍ଲକ ରେ କରୋନା ତାର କାୟା ବିସ୍ତାର କରିଛି | ସେଥିରେ କିଛି କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହଇଥିଲେ , କିନ୍ତୁ ବର୍ତ୍ତମାନ ସୁସ୍ଥ ହୋଇ ଫେରିଛନ୍ତି , ଅନ୍ୟ ବ୍ଲକ ଅପେକ୍ଷା ଧୀରେ ଧୀରେ ମୋହନା ବ୍ଲକ ରେ ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି | ଗତ କିଛି ଦିନ ତଳେ ବିଡ଼ିଓ ବଂଶୀଧର ଖୋସଲା ମାଇକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଦୋକାନୀ ମାନଙ୍କୁ ନିଜର କରୋନା ଟେଷ୍ଟ କରିବାକୁ ଅନୁରୋଧ କରିଥିଲେ | ଏହା ସହ ସେ କହିଥିଲେ କୋଣସି ସମୟରେ ଯଦି ଆପଣମାନେ ଜର ହେଉଥିବାର କିମ୍ବା ଖାସ ହେଉଥିବାର ଅନୁଭବ କରୁଛନ୍ତି ତେବେ ଆପଣ ମାନେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କରୋନା ଟେଷ୍ଟ କରନ୍ତୁ | ଏବଂ ବିନା ମାକ୍ସ ରେ ଆସିଥିବା ଲୋକଙ୍କୁ ସାମଗ୍ରୀ ନ ଦେବାକୁ ଅନୁରୋଧ କରିଛନ୍ତି | ଏହା ଶୁଣିବା ପରେ ସେଠାକାର ପ୍ରତ୍ୟକ ଦୋକାନୀ ବିଡ଼ିଓ ଙ୍କ ଅନୁରୋଧ ରଖି ନିଜର କରୋନା ଟେଷ୍ଟ କରିଛନ୍ତି | ୧୩୮ ଜଣ ଅଡବା,ଚାନ୍ଦିପୁଟ ଅଞ୍ଚଳ ର ବ୍ୟବସାୟୀ ମାନେ ନିଜର କରୋନା ଟେଷ୍ଟ କରାଇଛନ୍ତି | ସେଥି ମଧ୍ୟରୁ ୮ଜଣ ଅଡବା ଅଞ୍ଚଳ ର ୬ ଜଣ ଚାନ୍ଦିପୁଟ ଅଞ୍ଚଳ ର ବୋଲି ମେଡିକାଲ ପକ୍ଷରୁ ଜଣା ପଡ଼ିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ