ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ

ନୂଆଦିଲ୍ଲୀ- ୪ ଦିବସୀୟ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ । ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ଵିପାକ୍ଷିକ କଥା ବାର୍ତ୍ତା ଜାରି ରଖିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେ ସାକ୍ଷାତ କରିଥିଲେ। ସୂଚନାନୁଯାୟୀ, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଆଜି ରାଷ୍ଟ୍ରପତି ଭବନରେ ପହଁଚିବା ପରେ ତାଙ୍କୁ ସ୍ଵାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କ ସୁଦୃଢ କରିବା ପାଇଁ ମହିନ୍ଦା ରାଜପେକ୍ଷୀ ଭାରତ ଗସ୍ତରେ ଆସିଛନ୍ତି। ସେନା ରକ୍ଷା, ସାମୁଦ୍ରିକ ସୁରକ୍ଷା ସହଯୋଗ ସହ ଅନ୍ୟ କେତେକ ପ୍ରସଙ୍ଗରେ ରାଜପେକ୍ଷୀ ମୋଦୀଙ୍କ ସହ ଆଲୋଚନା କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ