ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା
ଭୁୁବନେଶ୍ୱର, (ୱାଇଏନ୍ଏସ୍): ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବୁଧବାର ଦିନ ନୂଆ ଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଅପରାଜିତା ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ – ମୋର ପ୍ରେରଣା ସ୍ରୋତ ତଥା ମାର୍ଗଦର୍ଶକ ଶକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ମୁଁ ଖୁବ ଖୁସୀ । ତାଙ୍କୁ ମୋର କାମର ବାର୍ଷିକ ରିପୋର୍ଟ କାର୍ଡ ପ୍ରଦାନ କଲି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ତଥା ଓଡିଶାର ବିଭିନ୍ନ ପ୍ରସଙ୍ଗ ତାଙ୍କ ସହ ଆଲୋଚନା କଲି । ତାଙ୍କର ଆଶୀର୍ବାଦ ଓ ମାର୍ଗଦର୍ଶନ ମାଗିଲି ।