ପ୍ରଧାନ ଶିକ୍ଷକ ଓ କ୍ରୀଡା ଶିକ୍ଷକଙ୍କୁ ମଇ ୩୧ ଦିନ ଅବସରକାଳୀନ ସମ୍ବର୍ଦ୍ଧନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ମହମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ମାର୍ଚ୍ଚ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିବା ଜଣାପଡ଼ିଛି। ତାଳସାକର ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ସେଠାରେ ଦୀର୍ଘ ୩୩ ବର୍ଷ ଧରି ପ୍ରଧାନ ଶିକ୍ଷକ ଭାବେ କାମକରି ବିଦ୍ୟାଳୟ ପାଇଁ ବହୁ ସୁନାମ ଆଣିପାରିଛନ୍ତି। ତାଙ୍କରି ଚେଷ୍ଟାରେ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର, ପ୍ରକୃତି ବନ୍ଧୁ ପୁରସ୍କାର, ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ଓ ସ୍ୱତନ୍ତ୍ର ବନୀକରଣ ପୁରସ୍କାର ପ୍ରାପ୍ତ ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଶ୍ରେଷ୍ଠ ଶିକ୍ଷକ ଭାବେ ଶ୍ରୀ ମିଶ୍ର ପୁରସ୍କୃତ ହୋଇଥିଲେ। କାର୍ଯ୍ୟକାଳର ଅନ୍ତିମ ଦିବସରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ସେ ସହକାରୀ ଶିକ୍ଷକ ମନୋଜ କୁମାର ଶତପଥୀଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଥିଲେ। ସେହିପରି ମା କାଳୀ କୃଷକ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଭଗବାନ ପ୍ରଧାନ ମଧ୍ୟ ମଇ ୩୧ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ଶ୍ରୀ ପ୍ରଧାନ ସେହି ଶିକ୍ଷାନୁଷ୍ଠାନରେ କ୍ରୀଡା ଶିକ୍ଷକ ଭାବେ ୩୨ ବର୍ଷ କାର୍ଯ୍ୟ ସୁନାମ ଅର୍ଜନ କରିଥିବା ବେଳେ ଶ୍ରୀ ପ୍ରଧାନଙ୍କୁ ମଧ୍ୟ କାର୍ଯ୍ୟକାଳର ଅନ୍ତିମ ଦିବସରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପ୍ରଧାନ ଶିକ୍ଷକ ଘନଶ୍ୟାମ ମିଶ୍ର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଜୁଳି ଜେନା ଯୋଗଦେଇ ଅବସର ଗ୍ରହଣ କରିଥିବା କ୍ରୀଡା ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷକ ବିଜୟ କୁମାର ମହାରଣା, ପୂର୍ଣ୍ଣ ଚନ୍ଦ୍ର ଭୋଳ, ରଶ୍ମିତା ନାୟକ, ବେଦବ୍ୟାସ ଷଡଙ୍ଗୀ, ବନମାଳୀ ଜେନା, ବଂଶୀଧର ସେଠୀ,ଓ ବିପ୍ର ଚରଣ ଜେନା ପ୍ରମୁଖ ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନଙ୍କ ଅବସର ସମୟ ଶାନ୍ତିରେ କଟିବା ପାଇଁ କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ