ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ଉଛରପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ବିଶ୍ୱାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଉଛରପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀ ଭ୍ରମରବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କେନ୍ଦ୍ରାପଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଭାଷ୍କର ଚନ୍ଦ୍ର ଦାଶ,ସମ୍ମାନୀତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ,ସି.ଆର.ସି.ସି. ମହମ୍ମଦ ଜଲାଲଉଦ୍ଦିନ,ହରେକୃଷ୍ଣ ସିଂହ,କୁଳମଣି ବିଶ୍ୱାଳ,ଶରତ ଚନ୍ଦ୍ର ବିଶ୍ୱାଳ,ଶ୍ରୀଧର ବେହେରା,ନୃସିଂହ ଚରଣ ରାଉତ,କଷଣଅଂଟା ୟୁ.ଜି.ୟୁ.ପି. ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଉଛରପଡା ପ୍ରାଥମିକ ବିଦ୍ୟାଳୟରୁ ଅବସରନେଉଥିବା ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କ ଗୁଣାବଳି ବର୍ଣ୍ଣନା କରିବା ସହିତ ଜଣେ ଦାୟିତ୍ୱବାନ, ନିଷ୍ଠାପର,ସମୟାନୁବର୍ତ୍ତିତା ଓ ଆଦର୍ଶ ଶିକ୍ଷୟତ୍ରୀ ଭାବରେ ତାଙ୍କର ସୁନାମ ସଦାସର୍ବଦା ଏହି ବିଦ୍ୟାଳୟ ନିମନ୍ତେ ସୂର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ,ଉତ୍ତରୀୟ,ମାନପତ୍ର,ଶ୍ରୀମଦ ଭାଗବତ ଗୀତା ପ୍ରଭୃତି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତୀ ବିଶ୍ୱାଳଙ୍କ ଭବିଷ୍ୟତ ଜୀବନ ଦୀର୍ଘ ସୁଖମୟ ହେଉ ବୋଲି କାମନା କରାଯାଇଥିଲା । ସଭା ପ୍ରାରମ୍ଭରେ କ୍ରିଷ୍ଣାପ୍ରିୟଦର୍ଶିନି ସେଠୀ ଶାନ୍ତିପାଠ କରିଥିବା ବେଳେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ ।