ପ୍ରବଳ ବର୍ଷା ସହରତଳିରେ କୁତ୍ରିମ ବନ୍ୟା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଠାରେ ପ୍ରବଳ ବର୍ଷା ଯୋଗୁଁ ସହରତଳି ଅଞ୍ଚଳର ସୁଣ୍ଢିସାହି,ତେଲି ସୁଣ୍ଡିସାହ ଓ ଅନ୍ୟ କେତେକ ବସ୍ତିରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ଶନିବାର ହଠାତ ବର୍ଷା ଦୁଇ ଘଣ୍ଟା ଧରି ପ୍ରବଳ ବର୍ଷିା ହେବାରୁ ପୌରପରିଷଦର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶି ଥିବାର ଦେଖିବାକୁ ମିଳିଥିଲା । ସେଥି ମଧ୍ୟରୁ ୱାର୍ଡ ନମ୍ବର ୨ ଅନ୍ତର୍ଗତ ସୁଣ୍ଢିସାହି, ତେଲି ସୁଣ୍ଡିସାହି ଓ ଅନ୍ୟ କେତେକ ବସ୍ତିରେ ଆଣ୍ଠୁଏ ପାଣି ଘଣ୍ଟା ଘଣ୍ଟା ଧରି ଜମା ହୋଇ ରହିଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ କେତେକଙ୍କ ଘରେ ଅଳିଆ ଆବର୍ଜନା ସହ ନାଳ ନର୍ଦ୍ଦମାର ଦୂଷିତ ଜଳ ସବୁ ପ୍ରବେଶ କରିଥିବାର ଦେଖିବାକୁ ମିଳିଛି । ଏହି ସାହିର ଡ୍ରେନ ଗୁଡିକରେ ସଠିକ୍ ଭାବେ ଜଳ ନିଷ୍କାସନ ହେଉ ନ ଥିବା ଯୋଗୁଁ ଏପରି ବର୍ଷା ହେଲେ ବର୍ଷା ଜଳ ସବୁ ସାହି ମଧ୍ୟକୁ ପ୍ରବେଶ କରି ଘର ଗୁଡିକରେ ଅଳିଆ ଆବର୍ଜନା ସବୁ ପଶିଯାଉଛି । ଯଦ୍ୱାରା ସମସ୍ତଙ୍କ ଘର ଗୁଡିକରେ ରଖାଯାଇଥିବା ଦାମି ସାମଗ୍ରୀ ସବୁ ପାଣିବାଜି ନଷ୍ଟ ହୋଇଯାଉଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ରାସ୍ତାର ଉଚ୍ଚତା କମିବା ସହ ଉଭୟ ପାଶ୍ୱର୍ରେ ରହିଥିବା ନାଳନର୍ଦ୍ଦମା ଗୁଡିକରେ ବହୁ ପୁରାତନ ବର୍ଷରୁ ସଫେଇ ନକରାଯାଇଥିବାରୁ ଏପରି ସମସ୍ୟା ବାରମ୍ବାର ଦେଖାଦେଉଛି । ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ପ୍ରଶାନସନକୁ ନିବେଦନ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ । ତେଣୁ ଏଥି ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ପଦକ୍ଷେପ କଲେ ଅଞ୍ଚଳବାସୀ ବହୁ ଉପକୃତ ହୋଇଥାନ୍ତେ ବୋଲି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ