ପ୍ରବାସୀଙ୍କୁ ଅଟକାଅ : ହାଇକୋର୍ଟ
କଟକ: କରୋନାକୁ ଦୃଷ୍ଟିରେ ରଖି ପ୍ରବାସରୁ ରାଜ୍ୟକୁ ଫେରୁଥିବା ଲୋକୋମାନଙ୍କୁ ସୀମାନ୍ତରେ ଅଟକାଇବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସେମାଙ୍କୁ ସୀମାନ୍ତରେ ଅଟକାଇବା ସହ ସେହିଠାରେ ସେମାନଙ୍କ ରହିବା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଖାଇବା ପିଇବା ବ୍ୟବସ୍ଥା ସହ ସେମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ବନ୍ଦ ଥିବା କଲେଜ ଓ ସ୍କୁଲରେ ରହିବା ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ରାଜ୍ୟର ଜିଲ୍ଲାଗୁଡିକରେ ଭିତରେ ମଧ୍ୟ ଏହି ନିୟମ ପାଳିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସୀମାନ୍ତବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି । କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି ।


