ପ୍ରବାସୀଙ୍କୁ କିଟ୍ ଓ ଖାଦ୍ୟ ବାଂଟିଲେ ବିଧାୟକ
ମୋହନ, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକର ବିଭିନ୍ନ କ୍ୱାରାଂଟାଇନ୍ ଓ ଟିଏମସି ସେଂଟରଗୁଡିକରେ ରହୁ ଥିବା ପ୍ରବାସୀମାନଙ୍କୁ କିଟ ସହ ଖାଦ୍ୟ ବଂଟନ କରାଯାଇଛି । ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ହାତ ପାଣ୍ଠିରୁ ଅର୍ଥ ବିନିଯୋଗ କରି ଆର.ଉଦୟଗିରି ବ୍ଳକର ବିଭିନ୍ନ କ୍ୱରେଂଟାଇନ ଓ ଟିଏମସିରେ ପ୍ରବାସୀଙ୍କୁ କିଟ୍ ବାଂଟିବା ପରେ ପରେ ମୋହନା ବ୍ଳକର ୧୫ ଗୋଟି କ୍ୱାରାଂଟାଇନ୍ରେ ଥିବା ୮୫୦ ଜଣ ପ୍ରବାସୀଙ୍କୁ କିଟ୍ରେ ପ୍ରବାସୀଙ୍କ ଅତ୍ୟାବଶ୍ୟକିୟ ଜିନିଷ ଅର୍ଥାତ ସାନିଟାଇଜର, ବାଲଟି, ବେଡସିଟ ଓ ଖାଦ୍ୟ ବଂଟନ କରିଥିଲେ । ଏଥିସହ କରୋନା ମୁକାବିଲାରେ ଦିନରାତି ଯୋଦ୍ଧା ଭାବରେ ସଂଗ୍ରାମ କରୁଥିବା ବିଡିଓ ବଂଶିଧର ଖୋସଲା, ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ ଓ ସରପଂଚ ନର୍ମଦା ଦଲାଇଙ୍କୁ ପୁଷ୍ପଗୁଚ୍ଛ ଓ ଊତରୀୟ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଯାକୁବ ମାଝି, ବ୍ଳକ କଂଗ୍ରେସ ସଭାପତି ଶଙ୍କର ପ୍ରଧାନଙ୍କ ସମେତ ବହୁ ପ୍ରତିନିଧି ଉପସ୍ଥିତ ଥିଲେ ।