ପ୍ରବାସୀଙ୍କୁ ବିଦାୟ ବେଳେ କାନ୍ଦି ପକାଇଲେ ସରପଂଚ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ପ୍ରବାସୀ ଓଡିଆମାନଙ୍କୁ ରାଜ୍ୟ ସରକାର ଯାହା କିଛି ସୁବିଧା ଯୋଗାଇ ଆସିଛନ୍ତି କିଛି ଜାଗାରେ ଭଲ ସୁବିଧା ଥିଲେ ମଧ୍ୟ ପ୍ରବାସୀ ତାର ଅପପ୍ରଚାର କରୁଛନ୍ତି । ଏପରିକି ପ୍ରବାସୀଙ୍କ ଘର ବାହୁଡା ସମୟରେ ସେମାନଙ୍କୁ ବହୁ ଆଡମ୍ବରରେ ସଜାସଜି କରି ୨ ହଜାର ଟଙ୍କା ଓ ମିଠା ବାଂଟି ଛାଡିଥାନ୍ତି । ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ପଂଚାୟତରେ ଏକ ଭିନ୍ନ ଧରଣର ବିଦାୟ ସମ୍ବର୍ଦ୍ଧନା ଦିଅଯାଇଛି । ହାଇଦ୍ରାବାଦରେ ଫସି ରହିଥିବା ପ୍ରବାସୀ ଓଡିଆମାନଙ୍କୁ ଜିଲ୍ଲାପାଳ ଅନୁପମ ଶାହା ସେମାନଙ୍କ ଦୁଃଖ ନଦେଖି ସେମାନଙ୍କୁ ନିଜ ରାଜ୍ୟ ଓଡିଶାକୁ ସ୍ୱତନ୍ତ୍ର ବସ ଯୋଗେ ଫେରାଇ ଆଣିଥିଲେ । ସେମାନଙ୍କୁ ଚନ୍ଦ୍ରଗିରି ଏକ ଲବ୍ୟ ମୋଡେଲ ବିଦ୍ୟାଳୟରେ କ୍ୱାରେଂନଟାଇନ ଗୃହରେ ୬୪ ଜଣଙ୍କୁ ରଖାଯାଇଥିଲା । ଏଥି ମଧ୍ୟରୁ ୬୧ ଜଣଙ୍କର କ୍ୱାରେଂନଟାଇନ ଅବଧି ସରିଥିବା ଯୋଗୁଁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ ସେମାନଙ୍କୁ ଆଜି ଛାଡି ଦିଆଯାଇଛି । ଯିବା ସମୟରେ ୨ ହଜାର ଟଙ୍କା ଓ ମିଠା ଖୁଆଇବା ସହ ପୁଷ୍ପ ଚାଉଲ ମୂଣ୍ଡରେ ପକାଇ କାନ୍ଦି ପକାଇଥିଲେ ସରପଂଚ ନର୍ମଦା ଦଳାଇ । ନିଜ ପରିବାରରେ ଯେପରି କୌଣସି ସଦସ୍ୟ ବାହାରକୁ ଚାଲିଯାଏ ମା ଆଖିରୁ ଯେପରି ଲୁହ ବୋହି ଯାଇଥାଏ ସେହିପରି ୧୪ ଦିନ ଧରି ୬୧ ଜଣ ନିଜ ସନ୍ତାନ ଭଳି ରହିଆସୁଥିଲେ । ଆଜି ଚାଲି ଯାଉଥିବା ଯୋଗୁଁ ସରପଂଚ ନର୍ମଦା ଦଳାଇ କାନ୍ଦି ଭାଙ୍ଗି ପଡିଥିଲେ । ଅପରପକ୍ଷେ ୬୧ ପ୍ରବାସୀ ଓଡିଆ ନର୍ମଦା ଦଳାଇଙ୍କ କାନ୍ଦକୁ ଦେଖି ନିଜ ମଧ୍ୟ କାନ୍ଦିବା ସହ ପଦଧରି ଆର୍ଶିବାଦ ମାଗି କ୍ୱାରେଂନଟାଇନ ଗୃହରେ ରୋଷେଇ କରି ଦେଉଥିବା ମା ମାନେ, ସଫେଇ କର୍ମଚାରୀ, ପିଇଓ, ଜିଲ୍ଲା /ବ୍ଳକ ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇ ଛନ୍ତି ଯେ ୧୪ ଦିନ ମଧ୍ୟରେ ସେମାନଙ୍କୁ କୌଣସି ଅସୁବିଧା କରାଯାଇନି ଯେପରି ନିଜ ପରିବାରରେ ମା ସ୍ନେହ ଶ୍ରଦ୍ଧ କରିଥାନ୍ତି ସେଭଳି ଆମକୁ ସ୍ନେହ ଶ୍ରଦ୍ଧା ମିଳିଥିଲା ତେବେ ଏଭଳି ସରପଂଚ ପୁଣି ଆମ ଜିଲ୍ଲାରେ କେବେ ଦେଖିବାକୁ ମିଳିବ ବୋଲି କାନ୍ଦି ପକାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ