ପ୍ରବାସୀ ଆସି ସଙ୍ଗରୋଧରେ ରହିନଥାନ୍ତି ସେ ନେଇ ସୂଚନାଦିଅ : ଜିଲ୍ଲାପାଳ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଏହି ଜିଲ୍ଲାକୁ କେହି ପ୍ରବାସୀ ଆସି ଯଦି ସଙ୍ଗରୋଧରେ ନରହିଥାନ୍ତି ତେବେ ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସୂଚନା ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ କହିଛନ୍ତି । ଅଦ୍ୟାବଧି ୧୯୨୫ ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଏହି ଜିଲ୍ଲାକୁ ଆସି ଭିନ୍ନ ଭିନ୍ନ ପଂଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । କେବଳ ଗର୍ଭବତି ମହିଳା, ଭିନ୍ନକ୍ଷମ ଓ କିନ୍ନରମାନଙ୍କୁ ନିଜ ଘରେ ସଙ୍ଗରୋଧ ଗୃହରେ ରହିବାକୁ ଅନୁମତି ଦିଆଯାଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ