ପ୍ରବାସୀ କଳରବ
ଶୀତ ଆସିଗଲା
ପକ୍ଷୀ ଆସିଗଲେ
ନିଳାମ୍ବୁ ଚିଲିକା ବକ୍ଷେ,
ପଥଶ୍ରମ କଥା
ଭାଗ ବାଣ୍ଟୁ ବାଣ୍ଟୁ
ପରିଚୟପତ୍ର ଦେଖେ ।
କିଏ କହୁଥାଏ
ଉତ୍ତର ଗୋଲାର୍ଦ୍ଧ
ସାଇବେରିଆରେ ଘର,
ଆଉ କିଏ କହେ
ବୈକାଲ ହ୍ରଦ
ଆରବ ସାଗର ତାର ।
ଋଷିଆରୁ କିଏ
ମଙ୍ଗୋଲିଆ କିଏ
ଆସିଛି ହିମାଳୟରୁ,
ଲଦାଖ ଅଞ୍ଚଳୁ
କେନ୍ଦ୍ର ଏସିଆରୁ
କାସ୍ପିଆନ ସାଗରରୁ ।
ବରଫ ପାତରେ
ଖାଦ୍ଯର ଅଭାବ
ଆସିଲୁ ପ୍ରବାସେ ଉଡି,
ଦିନାକେତେ ରହି
ଅନୁଭୂତି ନେଇ
ସ୍ବବାସେ ଯିବୁ ବାହୁଡି ।
ସୁଖ ଦୁଃଖ ବାଣ୍ଟି
ଆନନ୍ଦେ ଖେଳନ୍ତି
ଚିଲିକା ନୀଳ ଜଳରେ,
କଙ୍କଡ଼ା ଚିଙ୍ଗୁଡି
ମାଛ ଶୈବାଳକୁ
ଖାଆନ୍ତି ଖୁସି ମନରେ ।
ହର୍ସ ଉଲ୍ଲାସରେ
ଭ୍ରମଣ କରନ୍ତି
ନୀଳଜଳ ରାଶି ପରେ,
ପ୍ରଜନନ ସୁଖ
ସାଉଁଟି ଫେରିବେ
ରଖି ମନେ ଗୋପନରେ ।
ଚାହୁଁ ଚାହୁଁ ଶୀତ
ଋତୁ ଚାଲିଯିବ
ଖରାଯିବ ଧିରେ ବଢି,
ପ୍ରବସୀ ପକ୍ଷୀଏ
କଳରବ କରି
ଉଡି ଯିବେ ଧାଡି ଧାଡି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ