ପ୍ରବାସୀ ଭାରତୀୟଙ୍କ ପାଇଁ ଉଠାଦୋକାନୀ ଉଚ୍ଛେଦ ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ବି.ଏମ.ସି., ବି.ଡ଼ି.ର ଉଚ୍ଛେଦକାରୀ ଦଳ ଭୁବନେଶ୍ୱରର ବହୁ ଅଞ୍ଚଳରେ ଉଠାଦୋକାନୀ ଉଚ୍ଛେଦ କରିବା ପାଇଁ ଯାଇଥିବାବେଳେ ଉତ୍ତର ବି.ଏମ.ସି. ଜୋନ୍‌ର ଆପୋଲ ହସ୍‌ପିଟାଲ ପାଖରେ ଥିବା ଉଠାଦୋକାନୀ ଉଚ୍ଛେଦ ସମୟରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଥିବା ସହିଦ ନଗର ଥାନାର ଏ.ଏସ.ଆଇ ସିନ୍ଧାନ୍ତ ଶେଖର ସାହୁ ଉଠାଦୋକାନୀମାନଙ୍କୁ ଫାୟାରିଙ୍ଗ ଓ ଲାଠି ଚାର୍ଚ କରିବା ପାଇଁ ଧମକ ଦେବା ପରେ ଉଠାଦୋକାନୀମାନେ ଉତ୍ୟକ୍ତ ହୋଇଯାଇଥିଲେ ଏବଂ ସେଠାରେ ଏକ ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଙ୍ଗ ଜୋନ୍ ମହାସଂଘର ସଂପାଦକ ସସ୍ମିତା ସାହୁ ଓ ଲଲାଟ କୁମାର ଓଝା ପହଞ୍ôଚ ଦୋକାନୀମାନଙ୍କୁ ବୁଝାସୁଝା କରିଥିଲେ । ଯାହାଫଳରେ ଅପ୍ରିତିକର ପରିସ୍ଥିତି ଟଳିଯାଇଥିଲା । ଏହାବ୍ୟତିତ ସେଠାକାର ସଂଘ ମାନ୍ୟବର ହାଇକୋର୍ଟଙ୍କର ସ୍ଥିତାବସ୍ଥା ଥିବା ଅର୍ଡ଼ର ଡଚ (ଉ) ଘକ୍ଟ.-୪୭୫୮/୨୪୫୫/୧୯ ତା.୦୬.୧୨.୨୦୨୪କୁ ବିଏମ୍‌ସି ଅଧିକାରୀଙ୍କୁ ଦେଖାଇଥିଲେ । ବିଏମ୍‌ସି ଅଧିକାରୀ ତାହା ନମାନିବାରୁ ଅଧିକ ଉତ୍ତେଜନା ଦେଖାଦେଇଥିଲା । ଅନ୍ୟପଟେ ଖଣ୍ଡଗିରୀ, ଗଣ୍ଡମୁଣ୍ଡା, ୟୁନିଟ୍‌-୨, ଫାୟାରଷ୍ଟେସନ ଛକମାନଙ୍କରେ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନକରିପାରି ଫେରିଥିଲେ । ସେଠାରେ ମହାସଂଘର ସବ୍‌ନମ ବିବୀ, ଭାରତୀ ସେଠୀ ପ୍ରମୁଖ ନେତୃତ୍ୱ ନେଉଥିବାବେଳେ ଏପରେ ମହାସଂଘର ଉପସଭାପତି ସୂର୍ଯ୍ୟମଣୀ ସାହୁ ମଧ୍ୟ ଜଏଣ୍ଟ ଡ଼େପୁଟି କମିଶନରଙ୍କ ସହିତ ଉଠାଦୋକାନୀମାନଙ୍କ ଥଇଥାନ ଉପରେ ଆଲୋଚନା କରିଥିଲେ । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଓଡ଼ିଶାରେ ୨୦ହଜାରରୁ ଅଧିକ ବ୍ୟକ୍ତି ଭୋକ ଉପାସରେ ରହି କାଳାତିପାତ କରିବେ । ଯଦି ମୁଖ୍ୟମନ୍ତ୍ରୀ ଏହି ଉଚ୍ଛେଦ ବନ୍ଦ ନକରନ୍ତି ତାହେଲେ ଉଠାଦୋକାନୀମାନେ ୫୫ଟି ରାସ୍ତାରେ ପ୍ରବାସୀ ଭାରତୀୟମାନଙ୍କୁ ପିକେଟିଙ୍ଗ ମାଧ୍ୟମରେ ବିରୋଧ କରିବେ । ଯଦି ଓଡ଼ିଶା ବିଶ୍ୱରେ ବଦନାମୀ ହୁଏ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟି ରହିବେ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ