ପ୍ରବାସୀ ଶ୍ରମିକମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାଣି ବିତରଣ

କଟକ, (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ର ପାର୍ଦୁଭାବ କାରଣରୁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜାତୀୟ ରାଜପଥ ୧୬ରେ ଭୋକ ଉପବାସରେ ଚାଲିଚାଲି ଓ ସାଇକେଲରେ ଯାଉଥିଲେ । ବିଭିନ୍ନ ରାଜ୍ୟ ଯଥା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଓଡିଶାର ବିଭିନ୍ନ ଜିଲ୍ଲାକୁ ଯାଉଥିବା ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,କଟକ ଜିଲ୍ଲା ତରଫରୁ ସେମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆ ଯାଇଛି । ମଙ୍ଗୁଳି ଛକ ଠାରୁ ମଙ୍ଗୁଳି ଚେକ୍ ଗେଟ ମଧ୍ୟରେ ରାସ୍ତାର ଦୁଇ ପାଶ୍ୱରେ ସମବେତ ହୋଇ ବିପୁଳ ପରିମାଣରେ ରିଲିଫ୍ ସାମଗ୍ରୀ ଯଥା ସକାଳେ ଶୁଖିଲା ଖାଦ୍ୟ ପ୍ୟାକେଟ, ପାଣି ବୋତଲ ଓ ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଏବଂ ସଂଧ୍ୟାରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ଗତ ମେ ୧୧ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଚାଲୁ ରହିଛି । ସେବାକାର୍ଯ୍ୟକୁ କଟକ ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ରଘୁନାଥ ବାରିକ, ଅଂଶୁମାନ ମହାପାତ୍ର, ସୁଶାନ୍ତ କୁମାର ଦାସ, ମାନସ ମହାନ୍ତି, ଶୁନାରାମ ମାରଧି, ରବିନାରାୟଣ ରାଉତ, ଅମରେଶ ଚୌଧୁରୀ, ଶୁରେସ କୁମାର ଭୂଇଁଆ, ଭୋଳାନାଥ ନାୟକ, ଶାନ୍ତିଲାଲ ଲୋଆ, ସୁନୀଲ କୋଠାରୀ, ଦେବଦତ୍ତ ରାୟ, ନିରାକାର ମହାନ୍ତିଙ୍କ ସମେତ ୨୦୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ