ପ୍ରଭାକର ଗୌଡ଼ ମୃତ୍ୟୁ ମାମଲା, ୭ ଗିରଫ

ପୋଲସରା (ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ଥାନା, ମଧୁପଲ୍ଲୀ ପାଞ୍ଚାୟତର ହୀରାପଲ୍ଲୀ ଗ୍ରାମର ପ୍ରଭାକର ଗୌଡ଼ଙ୍କ ମୃତ୍ୟୁ ଘଟଣାରେ ପୋଲସରା ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପ୍ରଭାକର ଗୌଡ଼ଙ୍କୁ ଆକ୍ରମଣ କରି ମାରିଦେଇଥିବା ନେଇ ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲସରା ଥାନା କେଶ ନଂ ୨୩/୨୧ ପ୍ରକାରେ ଏକ ମାମଲା ରୁଜୁ କରିଥିଲେ। ଘଟଣା ପରେ ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଉପ ଆରକ୍ଷୀ ଅଧିକ୍ଷକ ସୀମା ସ୍ଵାଇଁ, ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପଚାରି ଫେରିଥିଲେ। ଏହାପରେ ପୋଲସରା ଆଇଆଇସି ଶ୍ରୀ ମଲ୍ଲିକ ହୀରାପଲ୍ଲୀ ଗ୍ରାମର ଭାସ୍କର ସାହୁ, ରାମ ଗୌଡ଼, ସିଲୁ ସାହୁ, କାଳୁ ଚରଣ ଗୌଡ଼, ଛାକୋଡ଼ିଆ ଗୌଡ଼, ସୁଦର୍ଶନ ଗୌଡ଼ ଓ କାହ୍ନୁ ଗୌଡ଼ ୭ ଜଣଙ୍କୁ ଗିରଫ କରି କୋଦଳା କୋର୍ଟ ଚାଲାଣ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ପ୍ରଭାକର ଗୌଡ଼ଙ୍କ ସାଧାରଣ ପ୍ରକ୍ରିୟାରେ ମୃତ୍ୟୁ ଘଟିଥିବା ଦର୍ଶାଇ ଥିବା ଶୁଣାଯାଉଛି। ଯଦି ଶୁଣାଯାଉଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ସତ୍ୟ ହୋଇଥାଏ, ତେବେ ଗିରଫ ଘଟଣା ଅନ୍ୟ ପ୍ରକାର ମୋଡ ନେଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ