ପ୍ରଭାତ ସୁସ୍ଥହୋଇ ଘରକୁ ଫେରିଲେ
ନିମାପଡା, (ସନ୍ତୋଷ ଦାଶ):ଗତ ୨୪ତାରିଖ ଦିନ କଟକ ର ମୁଣ୍ଡୁଳି ଠାରେ ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ଟ ବୋଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ରେ ଓଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍ଟ ଯବାନ ସୀତାରାମମୁର୍ମୁ ଙ୍କ ର ଅକାଳ ବିୟୋଗ ଘଟିଥିଲା । ଏହି ଦୁର୍ଘଟଣା ରେ ଓଟିଭି ର କ୍ୟାମେରା ମ୍ୟାନ ପ୍ରଭାତ ସିନ୍ନା ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ପ୍ରଭାତ ସୁସ୍ଥ ହୋଇ ନିଜ ଗାଁ ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଭୋଦର କୁ ଆସିଛନ୍ତି। ଚାରିଛକ ପ୍ରେସ କ୍ଲବର ସଭାପତି, ସଭ୍ୟ, ଉପଦେଷ୍ଟା ମାନେ ଆଜି ତାଙ୍କ ଘରକୁ ଯାଇ ପ୍ରଭାତ ଙ୍କୁ ସାକ୍ଷାତ କରି ତାଙ୍କ ଭଲ ମନ୍ଦ ବୁଝି ତାଙ୍କୁ ସାନ୍ତ୍ଵନା ଦେଇଥିଲେ। ସାଥୀ ସାମ୍ୱାଦିକ ଅରି ନ୍ଦମ ଙ୍କ ମୃତ୍ୟୁ କୁ ସେ ବିଶ୍ୱାସ କରିପାରୁନଥିବା କହିଥିବା ବେଳେ ଏହି ଦୁଃଖଦ ଘଟଣାଜୀବନ ରେ କେବେବି ଭୁଲି ପାରିବିନି ବୋଲି କୋହ ଭରା କଣ୍ଠ ରେ ପ୍ରକାଶ କରିଥିଲେ। ପ୍ରଭାତ ସୁସ୍ଥ ହୋଇ ଘରକୁ ଫେରି ଆସିଥିବାରୁ ତାଙ୍କ ପରିବାର,ଗ୍ରାମବାସୀ, ସାଥୀ ଶୁଭେଛୁ ସମସ୍ତେ ଆନନ୍ଦିତ ହୋଇପଡ଼ିଛନ୍ତି।