ଗଂଜାମ ବ୍ଲକରେ ଭାରତ ବନ୍ଦ ସମ୍ପୂର୍ଣ୍ଣ ସଫଳ
ଗଞ୍ଜାମ, (ବିନୋଦ ପଲେଇ):ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଭାରତ ବନ୍ଦକୁ ସମର୍ଥନକରି ଆଜି କମ୍ୟୁନିଷ୍ଟ ଓ କଂଗ୍ରେସ ତରଫରୁ ପୃଥକ , ପୃଥକ ଭାବେ ଗଞ୍ଜାମ ସହରଠାରେ ବନ୍ଦ ପାଳନ କରାଯାଇଥିଲା। କଂଗ୍ରେସ ତରଫରୁ ବ୍ଲକ ସଭାପତି ଏନ.ଗଣେଶ ରେଡି ଓ ଗଞ୍ଜମ ନଗର ସମ୍ପାଦକ ଟୁନା ଶତପଥୀ ନେତୃତ୍ବରେ ଏବଂ କମ୍ୟୁନିଷ୍ଟ ଦଳ ତରଫରୁ ସିପିଆଇଏମ୍ ବ୍ଲକ ସମ୍ପାଦକ ତଥା ସରପଞ୍ଚ ଦିଲ୍ଲୀପ ଛୋଟରାୟଙ୍କ ନେତୃତ୍ୱରେ ପୃଥକ ଭାବେ ରାଲିରେ ବାହାରି ସହରର ରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦକରାଯିବା ସହ ତ୍ରିବେଣି ମଠ ଛକ ଠାରେ ମିଳିତ ଭାବେ ଜାତୀୟ ରାଜପଥ(୧୬) କୁ ଅବରୋଧ କରିବା ବିକ୍ଷୋଭ ଓ ପ୍ରଥପ୍ରାନ୍ତ ସଭା କରିଥିଲେ l ଏକ ପ୍ରତିବାଦ ସଭାରେ ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡି , ରାଜ୍ୟ କୃଷକ ସଭାର ଉପସଭାପତି ହରିକୃଷ୍ଣ ରେଡି, ବ୍ଲକ କଂଗ୍ରେସ ସଭାପତି ଏନ.ଗଣେଶ ରେଡି ଯୋଗଦେଇ କେନ୍ଦ୍ର ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ତିନି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଏମ୍.ଏସ.ପି କୁ ଆଇନର ଅନ୍ତର୍ଭୁକ୍ତ କରିବା, କମ୍ପାନୀ ସ୍ୱାର୍ଥରେ ଲାଗୁ ହୋଇଥିବା ବିଦ୍ୟୁତ ସଂସ୍କାର ଆଇନ ୨୦୨୦ କୁ ବାତିଲ କରିବା ନେଇ ଦାବିକରିଥିଲେ। ଦୀର୍ଘ ଦଶ ମାସ ଧରି ଦିଲ୍ଲୀରେ କୃଷକମାନେ କଳା ଆଇନକୁ ବିରୋଧ କରି ପ୍ରତ୍ୟାହାର ଦାବି କରିବା ସମୟ ମଧ୍ୟ୍ୟରେ ସାତ ଶହରୁ ଉର୍ଦ୍ଧ ଚାଷୀ ଶହୀଦ ହୋଇଥିଲେ ମଧ୍ୟ, କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ବଳପୂର୍ବକ ଭଣ୍ଡୁର କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି l ଅମ୍ବାନୀ, ଆଦାନୀ ଭଳି ବୃହତ ପୁଞ୍ଜିପତିଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ନିଜ ଜିଦରେ ଅଟକ ରହିବାକୁ କ୍ଷୋଭ ପ୍ରକାଶ ପାଇଥିଲା lଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସର କାଙ୍ଗାପଲେଇ ,ତାରିଣୀ ରେଡି, ଦାଶରଥି ଦୋରା, ପାଣ ବେହେରା, ପି.ଭୀମରାଜୁ ରେଡି,କୁନା ରେଡି, ଏବଂ DYFI ର ଗଂଜାମ ବ୍ଲକ ସମ୍ପାଦକ ଶ୍ରୀଧର ସ୍ବାଇଁ, SFI ସମ୍ପାଦକ ମାନସରଞ୍ଜନ ସ୍ବାଇଁ, କୃଷକ ନେତା ନରହରି ସାହୁ, ପ୍ରମୁଖଙ୍କ ସମେତ ଶତାଧିକ ସାମଲ ହୋଇଥିଲେ। ସେହିପରି ହୁମ୍ମା ଓ ରମ୍ଭା ଠାରେ ବି ବନ୍ଦ ପାଳନର ପ୍ରଭାବ ପଡିଥିବା ଦେଖାଯାଇଛି


