ପ୍ରଭାବିତ ମତ୍ସ୍ୟଜୀବୀଙ୍କୁ ଋଣ ଛାଡ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମୁକାବିଲା ଲାଗି ଲକ୍ଡାଉନ୍ ଯୋଗୁଁ ରାଜ୍ୟ ଏବଂ ଗଂଜାମ ଜିଲ୍ଲାର ହଜାର ହଜାର ମତ୍ସ୍ୟଜୀବୀ ସେମାନଙ୍କ ଜୀବନଜୀବିକା ପ୍ରଭାବତି ହୋଇଛି । ଦୀର୍ଘ ଏକମାସ ଧରି ଏହି ମତ୍ସ୍ୟଜୀବୀମାନେ ଘରେ ହାତବାନ୍ଧି ବସିଛନ୍ତି । ଫଳରେ ସେମାନଙ୍କ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏଥିସହ ବହୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ, ଇଂଜିନ୍ ବାବାଦରେ ବ୍ୟାଙ୍କରୁ ଋଣକୁ ପରିଶୋଧ କରିବାରେ ବହୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିବ । ଏଣୁ ପରସ୍ଥିତିକୁ ଦୃଷ୍ଟି ରଖି ଋଣଗ୍ରସ୍ତ ମତ୍ସ୍୍ୟଜୀବୀମାନଙ୍କୁ ବ୍ୟାଙ୍କ ଋଣ ଛାଡ କରିବାକୁ ଓଡିଶା ମତ୍ସ୍ୟଜୀବୀ ଫୋରମର ଉପସଭାପତି ଏମ୍.ଗୁମାଲୀ, ଫୋରମର ଗଞ୍ଜାମ ଜିଲ୍ଲା କମିଟି ସଭ୍ୟ ଏମ୍.ଦିଲ୍ଲୀପ, ଜି.ଗଙ୍ଗାଧର, ଏନ୍.ନାନେୟା, ଏସ୍.ଦଣ୍ଡାସୀ, କେ.ସିମାଂଚଳ, ପି.ମାଦେୟା ପ୍ରମୁଖ ଦାବି କରିଛନ୍ତି । ଏହି ଉଦ୍ଦେଶ୍ୟରେ ଫୋରମ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପଠାଇଛନ୍ତି ।