ପ୍ରଭୁଙ୍କ ଶରଣାପନ୍ନ ହେଲେ ମୁକ୍ତିର ବାଟ ଆପେ ଆପେ ଖୋଲିଯାଏ

ଶେରଗଡ଼,(ବିଭୁ ପ୍ରସାଦ ଦାଶ):ମିଛମାୟା ଦୁନିଆରେ ଏକମାତ୍ର ପ୍ରଭୁଙ୍କୁ ଆରାଧନା କରିବା ଉଚିତ। ବ୍ଯସ୍ତ ବହୁଳ ଦୁନିଆରୁ କିଛି ମୁହୁର୍ତ୍ତଟି ବାହାର କରି ପ୍ରଭୁଙ୍କ ଭଜନ କୀର୍ତ୍ତନ ସମୟ ଆସିଯାଇଛି। ସକାଳେ ସଂନ୍ଧ୍ଯା ରେ ଭଜନ କୀର୍ତ୍ତନ ସାଙ୍ଗ କୁ ପ୍ରଭୁଙ୍କ ଆରାଧନା କରିବା ଆବଶ୍ଯକ। ଶେରଗଡ ସ୍ଥିତ କଳିଙ୍ଗ ବୈଶ୍ଯ ଭବନ ଠାରେ ଦିପାବଳୀ ଦିନ ଠାରୁ ଆରମ୍ଭ ହୋଇଛି ଭାଗବତ ପ୍ରବଚନ କାର୍ଯ୍ଯକ୍ରମ। ଶେରଗଡ ଆଧ୍ଯାତ୍ମିକ ଶକ୍ତିକେନ୍ଦ୍ର ପକ୍ଷରୁ ଆୟୋଜିତ ସଂନ୍ଧ୍ଯା ପ୍ରବଚନ କାର୍ଯ୍ଯକ୍ରମ ରେ ଖ୍ଯାତି ପୁରୁଷ ମାନସ ପ୍ରବକ୍ତା ବିପ୍ରଚରଣ ମିଶ୍ର ଯୋଗଦେଇ କହିଛନ୍ତି ମିଛମାୟା ସଂସାର ରେ ପ୍ରଭୁଙ୍କ ଶରଣାପନ୍ନ ହେଲେ ମୁକ୍ତିର ବାଟ ଆପେ ଆପେ ଖୋଲିଯାଏ। ପ୍ରଭୁ କଥା ଶ୍ରବଣ ଓ ଭଜନ କୀର୍ତ୍ତନ ରଖିବାକୁ ଆହ୍ବାନ ଦେଇଥିଲେ। କାର୍ତ୍ତିକ ଶୁକ୍ଲ ପ୍ରତିପଦା ଠାରୁ ଆରମ୍ଭ କରି କାର୍ତ୍ତିକ ପୂଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାଗବତ ପ୍ରବଚନ କାର୍ଯ୍ଯକ୍ରମ ରେ ପ୍ରତିଦିନ ସଂନ୍ଧ୍ଯାରେ କଳିଙ୍ଗ ବୈଶ୍ଯ ଭବନ ଏକ ପ୍ରକାର ଆଧ୍ଯାତ୍ମିକ ମାହାଲ ସୃଷ୍ଟି ହେବାସହ ବହୁ ଶ୍ରଦ୍ଧାଳୁ ଭାଗବତ ଶ୍ରବଣ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ