୫୭ନଂ ଜୋନ ବିଜେଡି ପକ୍ଷରୁ ପଦଯାତ୍ରା, ବହୁ ନେତା କର୍ମୀ ସାମିଲ
ଶେରଗଡ,(ବିଭୁ ପ୍ରସାଦ ଦାଶ):ଶେରଗଡ ବ୍ଳକ ୫୭ ନଂ ଜୋନ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଲାରିଗଡ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ସମସ୍ତ ନେତା କର୍ମୀ ଦଳୀୟ ପତାକା ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ବାହାରି କୁରୁଳା ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚି ଥିଲେ। ବ୍ଳକ ବିଜେଡି ସଭାପତି ଶରତଚନ୍ଦ୍ର ପାତ୍ର ଙ୍କ ସଭାପତି ତ୍ବରେ ସଭାରେ ଭାଜପା ସରକାର କୁ କଡା ସମାଲୋଚନା କରିଥିଲେ। ଆମ ବିଜେଡି ସରକାର ସମୟରେ ଯାହା ହେଉଥିଲା ତାକୁ ରଙ୍ଗ ବୋଳି ଆପଣମାନଙ୍କୁ ମିଛ କଥା କହି ଶାସନ ଚାଲିଛି।ଏହାପରେ ଗ୍ରାମ ପରିକ୍ରମା ପରେ ଡେଙ୍ଗାପଦର, ଧନନ୍ତର, ତାକରଡା ହୋଇ କ୍ରୁଷ୍ଣଛାଇ ପଞ୍ଚାୟତ ରେ ପହଞ୍ଚି ଥିଲେ। ପ୍ରତି ପଞ୍ଚାୟତ ରେ ପଥପ୍ରାନ୍ତ ସଭା କରି ବିଜେଡି ସରକାର ର ସଫଳ କାହାଣୀ ବଣ୍ଣନା କରିବା ସହ ଲୋକମାନଙ୍କୁ ସଚେତନତା କରିଥିଲେ। ପଦଯାତ୍ରା ସମୟରେ ବିଜେଡି ନାରା ସହିତ ନବୀନ ପଟ୍ଟନାୟକ ହାତକୁ ଟାଣ କରିବାକୁ ଲୋକମାନଙ୍କୁ ଅନୁରୋଧ କରୁଥିଲେ। ଉକ୍ତ କାର୍ଯ୍ଯକ୍ରମ ରେ ବିଧାୟକ ଙ୍କ ପ୍ରତିନିଧି ଦିଗାମ୍ବର ନାୟକ,ବରୁଣ ପଲେଇ, ବରିଷ୍ଠ ନେତା ହୀନ ବେହେରା, ହ୍ରୁଷିକେଶ ପାଢୀ, କାହ୍ନୁଚରଣ ପଟ୍ଟନାୟକ, ସତ୍ଯନାରାୟଣ ପଟ୍ଟନାୟକ, ଦୁର୍ଗାପ୍ରସାଦ ବିଷୋୟୀ, ଗଣେଷ ପ୍ରଧାନ ସମେତ ବହୁ ନେତା କର୍ମୀ ସାମିଲ ଥିଲେ।


