ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ କାଠ ଚିରଟ କାର୍ଯ୍ୟ ଅନୁକୂଳ

କଟକ : ପବିତ୍ର ରାମନବମୀ ତିଥିରେ ବନ ଉନ୍ନୟନ ନିଗମ ଅଧୀନ କଟକ ନୂଆପଡ଼ାଠାରେ ସ୍ଥିତ ଖପୁରିଆ ସ’ ମିଲ୍‌ଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷ ରଥ ନିର୍ମାଣ ପାଇଁ କାଠ ଚିରଟ କାର୍ଯ୍ୟ ଅନୁକୂଳ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ମାର୍ଚ୍ଚ ମାସ ୨୮ତାରିଖରେ ରଥ ନିର୍ମାଣ ନିମନ୍ତେ ୨୩ଖଣ୍ଡ କଥା ଗଣ୍ଡି ମଧ୍ୟରୁ ଅସନ-୧୮ ଖଣ୍ଡ, ଧଉରା – ୩ଖଣ୍ଡ ଓ ସିମିଳି-୨ ଖଣ୍ଡକୁ ମିଶାଇ ମୋଟ୨୬୯.୯୧ ଘନଫୁଟର କାଠ ସ’ମିଲ୍‌ରେ ପହଞ୍ଚି ସରିଥିଲା। ଏଥିମଧ୍ୟରୁ ଧଉରା ୩ଖଣ୍ଡ ୨୨.୨୦ ଘନଫୁଟ କାଠକୁ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କର ଆଜ୍ଞାମାଳ ନେଇ ଆସିଥିବା ସେବକ ସୁଦର୍ଶନ ମେକାପ, ରାମଚନ୍ଦ୍ର ମହାରଣା ଏବଂ ଲକ୍ଷ୍ମଣ ମହାପାତ୍ର ପୂର୍ବାହ୍ଣ ୧୨ଘଣ୍ଟା ସମୟରେ ସ’ ମିଲ୍‌ପରିସରରେ ଧଉରା କାଠ ୩ଟିକୁ ରୀତିନୀତି ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ଚିରଟ କାର୍ଯ୍ୟ ଶୁଭଆରମ୍ଭ କରାଥିଲା କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସ’ ମିଲ୍‌ ବନ୍ଦ ଥିବା ସତ୍ତ୍ବେ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶକ୍ରମେ ସାମାଜିକ ଦୂରତ୍ବ ବଜାୟ ରଖି ୭ଜଣ ମିସ୍ତ୍ରି, ସହଯୋଗୀ ଓ ଶ୍ରମିକଙ୍କ ଦ୍ବାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥ ନିର୍ମାଣ ନିମନ୍ତେ ରଥ କାଠ ଚିରା ଅନୁକୂଳ ହୋଇଯାଇଛି । କାର୍ଯ୍ୟରତ କର୍ମଚାରୀଙ୍କୁ ମାସ୍କ, ଗ୍ଲୋବ୍‌, ସାନିଟାଇଜର ଓ ହ୍ୟାଣ୍ଡ୍‌ ୱାଶ୍‌ ପ୍ରଭୁତି ଯୋଗାଇଦିଆଯାଇଚି । ଅହିଅବସରେ ସ’ ମିଲ୍‌ ପରିଚାଳକ ଭାଗବତ ସାହୁ, ବିପିନ୍‌ କୁମାର ରାଉତରାୟ, ମିସ୍ତ୍ରି ଚକ୍ରଧର ନାଥଙ୍କ ସମେତ ଅନ୍ୟ ସହଯୋଗୀମାନେ ଉପସ୍ଥତଥିଲେ। ଉଲେଖ ଯୋଗ୍ୟ ବିଗତ ବର୍ଷ ସ’ ମିଲ୍‌ରେ ୧୬୨ ଖଣ୍ଡ ମୋଟ ମଧ୍ୟରୁ ଫାଶି-୯ଖଣ୍ଡ, ଅସନ-୪୯ଖଣ୍ଡ, ଧଉରା-୪୪ଖଣ୍ଡ, ରାଇ-୫୧ ଏବଂ ସିମିଳି-୯ ଖଣ୍ଡକୁ ମିଶାଇ ୨୩୬୩.୫୬ ଘନଫୁଟ୍‌ କାଠ ଗଚ୍ଛିତ ରହିଥିବା ମିଲ୍ ପରିଚାଳକ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ ପରେ କାଠ ଚିରଟ କାର୍ଯ୍ୟ ଆରମ୍ଭ କରାଯାଇ ସଠିକ ସମୟ ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଚିରଟ କାର୍ଯ୍ୟ ସମାପ୍ତ କରାଯିବ ବୋଲି ସ’ ମିଲ୍‌ ତରଫରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ