ପ୍ରଭୁ ଶ୍ରୀରାମ ଚକ୍ର ମର୍ଯ୍ୟାଦାର ପ୍ରତିକ-ଶ୍ରୀମା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଦିବ୍ୟ ଜୀବନ ସଂଘ ଧୁମାତ ଶାଖା ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ପାରାୟଣକୁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଅଧ୍ୟକ୍ଷ ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡା ଶାଖା ଉଦଘାଟନ କରି ପ୍ରଭୁ ଶ୍ରୀରାମ ଚନ୍ଦ୍ର ମର୍ଯ୍ୟାଦାର ପ୍ରତିକ ବୋଲି କହିଥିଲେ । ସମାଜ ଶୃଙ୍ଖଳା ଏବଂ ଭାଇ ଭାଇଙ୍କର ସଂପର୍କ ପରିବାର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନାମ, ଯଶ,କିର୍ତ୍ତି ସବୁଥିରୁ ନିବୃତ୍ତ ରହି ସୁସମାଜ ଗଠନ କରିବାରେ ପ୍ରଭୁଙ୍କର ଅତୁଳନୀୟ ବରଦାନ ରହିଛି । ଏଥିରେ ନାମ ମହାତ୍ମ୍ୟ, ସତସଙ୍ଗ ମହାତ୍ମ୍ୟ, ଗୁରୁ ମହାତ୍ମାଉପରେ ପୂଜ୍ୟା ମା ପ୍ରଥମ ଦିବସରେ ଉଦଘାଟନ କରି ଏହି ମହାନ ତତ୍ୱକୁ ପୁଙ୍ଖାନୁପୁଙ୍ଖ ଭାବରେ କହିଥିଲେ । ପ୍ରଭାତରୁ ସୂର୍ଯ୍ୟପୂଜା, ରାଧା ଗୋବିନ୍ଦଙ୍କ ପୂଜା, ଘଟପୂଜା, ବ୍ୟାସନ ପୂଜା, ପ୍ରଭୁ ଶ୍ରୀରାମ ଦରବାର, ବିଗ୍ରହ ପୂଜା ସ୍ୱାମୀ ଶିବାନନ୍ଦ, ସ୍ୱାମୀ ଚିଦାନନ୍ଦ ବିଗ୍ରହ ପୂଜା କରାଯାଇ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନବ ଦିନ ବ୍ୟାପି କରାଯିବ । ଧୁମାତ ଦିବ୍ୟ ଜୀବନ ସଂଘ ଓ ଗ୍ରାମବାସୀଙ୍କ ପକ୍ଷରୁ ଆସନ୍ତା ୪ ତାରିଖ ଠାରୁ ପ୍ରତ୍ୟେକ ଦିନ ପ୍ରବଚନ, ସତସଙ୍ଗ, ଯୋଗାସନ, ସ୍ୱାସ୍ଥ୍ୟ ସେବା ସମେତ ଓଡିଶାର ବହୁ ସାଧୁସନ୍ଥ କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ପ୍ରବଚିକା ସରୋଜିନି ମିଶ୍ର କହିଥିଲେ ନାମ ମହତ୍ୱ ନାମ ଭାଗବାନଙ୍କର ଏତେ ମହିମା ଯାହାକି ଦସ୍ୟୁ ରତ୍ନାକର ବାଲ୍ମିକି ଋଷିରେ ପରିଣତ ହୋଇଗଲେ । ରାମ ନାମରେ ଏତେ ପ୍ରଭାବ ଯାହାକି ମରାମରା କହି ଓଲଟା ନାମ ଜପି ମଧ୍ୟ ମୁକ୍ତି ପାଇଲେ । ଓଲଟା ନାମରେ ଏତିକି ପ୍ରଭାବ ନାମ ଜପରେ କେତେ ପ୍ରଭାବ ତୁଳନା ନାହିଁ ବୋଲି ମତ ରଖଥିଲେ । ପରେ ବ୍ୟାସ ରାମ ଚରିତ୍ର ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରମାକାନ୍ତ ଦାସ, ଶିବୁ ହାଜିରା, ପର୍ଶୁରାମ ଦାସ, ଶୁଭଲକ୍ଷ୍ମୀ ଦାସ, ମହେନ୍ଦ୍ର ରାଉତ, ସୁଷମା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।