ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର, ପୁଣି ଆରମ୍ଭ ହେଲା ବେଆଇନି ବାଲି ଉତ୍ତୋଳନ

ହାଟଡିହି, (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ହାଟଡିହି ତହସିଲ ଅଧିନସ୍ଥ ଜମ୍ଭରା ନଦୀଘାଟରୁ ପୁନଶ୍ଚ ବେଆଇନି ବାଲି ଉତ୍ତୋଳନ ଆରମ୍ଭ ହୋଇଛି । ଡିମିରିଅ ଓ ଜମ୍ଭରା ଘାଟର ୩୦୦ମିଟର ଦୁରତାରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯିବା ପରେ ବାଲି ମାଫିଆ ମାନେ ଅତି ଚତୁରତାର ସହ ଭିନ୍ନଏକ ରାସ୍ତା କରି ବାଲି ଉତ୍ତୋଳନ ଆରମ୍ଭ କରିଛନ୍ତି । ଜମ୍ଭରା ଓ ଡିମିରିଆ, ଶାଳବଣିର କିଛି ବାଲି ମାଫିଆ ଦୈନଦିନ ମଥୁରାପୁର ପୋଲ ତଳୁ ବାଲି ଉଠାଣ କରୁଥିବାରୁ ନଦୀର ପୋଲଟି ଦୁର୍ବଳ ହୋଇଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ପ୍ରଶାସନ ପକ୍ଷରୁ ଗତ ୧୪ତାରିଖ ଦିନ ବାଲିଘାଟ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଥିବାବେଳେ ମେସିନି ସାହାଯ୍ୟରେ ବାଲିଘାଟ ରାସ୍ତାକୁ ଖୋଳି ଦିଆଯାଇ ବାଟ ବନ୍ଦ କରାଯାଇଥିବାବେଳେ ନାଲି ପତାକା ସହ ରାସ୍ତାରେ ନିସିଦ୍ଧାଞ୍ଚଳର ବୋର୍ଡ ଲଗାଇଥିଲେ । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ଏହି ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟତ ତଥା ବାଲି ପରିବହନ ପାଇଁ ବନ୍ଦ କରାଗଲା ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ୧୪୪ଧାରା ଜାରି କରାଯାଇଥିବା ରାସ୍ତାଠାରୁ ୩୦/୪୦ ମିଟର ଦୁରରେ ଭିନ୍ନ ରାସ୍ତା କରାଯାଇ ବାଲି ଖୋଳାଯାଉଥିବା ସ୍ଥାନରୁ ପୁନର୍ବାର ବାଲି ଉଠାଣ ଆରମ୍ଭ କରାଯାଇଛି । ୧୪୪ଧ।।ରା ଜାରି ଥିବା ସତ୍ତ୍ୱେ କିପରି ଖୁଲାମଖୁଲା ବାଲି ଉଠାଣ କରାଯାଉଛି ତାହାକୁ ନେଇ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ