ପ୍ରଶାସନ ଓ ମାନବାଧିକାର କର୍ମୀ ଙ୍କ ସହାୟତାରେ ୨୩ ଜଣ ମାନସିକ ବିକୃତ ଉଦ୍ଧାର

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ପୁରୀ ଜିଲ୍ଲା ପ୍ରଶାସନ,କୋଣାର୍କ ପୋଲିସ ଓ ମାନବାଧିକାର କର୍ମୀ ଏ.ଏନ ଶାହା ଅଂଶରୀଙ୍କ ପ୍ରଚେଷ୍ଟା ଫଳରେ କୋଣାର୍କରେ ଦୀର୍ଘ ଦିନ ହେବ ଅସହାୟ ଓ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ୨୩ ଜଣ ମାନସିକ ବିକୃତ ବ୍ୟକ୍ତିଙ୍କୁ ଆଜି ଉଦ୍ଧାର କରାଯାଇଛି । ଲକଡାଉନ ଓ କୋବିଡ଼ କଟକଣା ଯୋଗୁ ଏହି ବ୍ୟକ୍ତି ମାନେ ବହୁବିଧି ସମସ୍ୟାରେ ସମୟ ଅତିବାହିତ କରୁଥିଲେ । ଫଳରେ ସାରା ଓଡ଼ିଶାରେ ସରକାରଙ୍କ ତରଫରୁ ଏମାନଙ୍କୁ ଉଦ୍ଧାର କରାଯିବାକୁ ଏକ ପଦକ୍ଷେପ ନିଆଯାଇଛି । ୨୦୧୮ ମେ ୧୫ ତାରିଖରେ କୋଣାର୍କ ଜୈନିକ ମାନସିକ ବିକୃତ ମହିଳାଙ୍କୁ ଗଣବଳତ୍କାର ଓ ହତ୍ୟା ଭଳି ଅମାନୁଷିକ ଘଟଣା ଘଟିବା ପରେ ପୁରୀ ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମାନବାଧିକାର କର୍ମୀ ଏ .ଏନ ଶାହା ଅଂଶରୀ ସାରା ଓଡ଼ିଶାରେ ଥିବା ସମସ୍ତ ମାନସିକ ବିକୃତ ବ୍ୟକ୍ତି ମାନଙ୍କର ସୁରକ୍ଷା, ଥଇଥାନ ସହିତ ଉପଯୁକ୍ତ ଚିକିତ୍ସା ପାଇଁ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରି ବହୁବାର ଏହି ଘଟଣାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । କମିଶନଙ୍କ ନିର୍ଦ୍ଦେଶ କ୍ରମେ ସରକାର ଏହି ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ,ସମାଜସେବୀ ରାମକୃଷ୍ଣ ମହାନ୍ତି, ରୋଜାଲୀନ ପ୍ରଧାନ,କୁନାଲ ପାତ୍ର ପ୍ରମୁଖ ଏହି କାର୍ଯ୍ୟ ବେଳେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଏହି କାର୍ଯ୍ୟ ପାଇଁ ପ୍ରଶାସନ ଓ ଅଂଶରୀ ଙ୍କୁ ବିଭିନ୍ନ ମହଲରୁ ଖୁବ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ