ପ୍ରଶାସନ ନ ଶୁଣିବାରୁ ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ
ମୋହନା, (ଅଂଶୁମାନ ପଣ୍ଡା):ପ୍ରଶାସନ ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ । ବିଭିନ୍ନ ସମୟ ରେ ଏଭଳି ଚିତ୍ର ସାମ୍ନା କୁ ଆସୁଛି କେବେ ରୋଗୀ ଦୁଳାରେ ବୁହା ହେଉଛନ୍ତି ତ କେବେ ପ୍ରଶାସନ ନ ଶୁଣିଲେ ନିଜେ ରାସ୍ତା ଘାଟ ନିର୍ମାଣ କରୁଛନ୍ତି ଲୋକେ ରାଜ୍ୟ ସରକାର ଙ୍କ ବିକାଶ ସାତ ସପ୍ନ ଖାଲି ସେତିକି ନୁହେଁ ଗ୍ରାମ କେହି ମଧ୍ଯ ପାଇନାହାନ୍ତି ମାହାତ୍ମ୍ୟ ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ରେ ଶ୍ରମିକ କାର୍ଡ ମଧ୍ୟ୍ୟ ମିଳିନି କି କାମ ମଧ୍ଯ ନାହିଁ ଗ୍ରାମ କୁ ବିଦ୍ୟୁତ ସଂଯଗ ହୋଇଛି କିନ୍ତୁ ଗୋଟିଏ ସପ୍ତାହ ରେ ପାଞ୍ଚ ଦିନ କରେଣ୍ଟ କାଟ ହେଉଛି ଗ୍ରାମ କୁ ରାସ୍ତା ନଥିବାରୁ ଗ୍ରାମ ବାସୀ ପ୍ରତ୍ୟକ ଘର ପିଛା ଏକ ହଜାର ଟଙ୍କା ଆଦାୟ କରି ୫୨ହଜାର ଟଙ୍କା ରେ ଗ୍ରାମ ରେ ମାଟି ରାସ୍ତା ନିର୍ମାଣ କରିଛନ୍ତି ଗଜପତି ଜିଲ୍ଲା ରାଇପଙ୍କା ପଞ୍ଚାୟତ ଜନକପୁର ଗାଁ ନିକଟରେ ଥିବା କାଲେମା ନାଳରେ ଗତ ଲଗାଣ ବର୍ଷାରେ କାଠ ପୋଲ ଭାସି ଯିବା ପରେ ଯାତାୟତ ପାଇଁ ପୁଣି ଥରେ ଗ୍ରାମବାସୀ ନିଜ ଉଦ୍ୟମରେ କାଠ ପୋଲ ନିର୍ମାଣ କରିଛନ୍ତି । ଗୁଳୁବା ପଞ୍ଚାୟତ ଲଦିଗୁଡା ଠାରୁ ରାଇପାଙ୍କାକୁ ସଂଲଗ୍ନ କରୁଥିବା ଏହି ରାସ୍ତା ଉପରେ ଜନକପୁର, ଡକରପଙ୍କା ଗାଁ ସମେତ ରାୟଗଡ଼ା ଜିଲ୍ଲା ର ୧୫/୨୦ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ବ୍ଲକ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ଦୈନନ୍ଦିନ ବଜାର ହାଟ, ମେଡ଼ିକାଲ ଯିବାକୁ ହେଲେ ଏହି କାଠ ପୋଲ ହିଁ ଏବେ ସାହା ଭରସା । ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନଙ୍କୁ ଗୁହାରି କରି ଆସୁଥିଲେ ବି ସ୍ଥାୟୀ ପୋଲ ନିର୍ମାଣ ହୋଇପାରୁନାହିଁ । ଗ୍ରାମ କୁ ଆମ୍ୱଲେନସ ମଧ୍ଯ ପହଞ୍ଚି ପାରୁନି ରୋଗୀ କିମ୍ବା ଗର୍ଭବତୀ ମା ଙ୍କୁ ଖଟିଆ ରେ ତିନି କିମି ବୋହି ଆଣିଲା ପରେ ଲଦିଗୁଡ଼ା ପହଞ୍ଚିବା ପରେ ଗାଡ଼ି ସୁବିଧା ମିଳିଥାଏ ଖାଲି ସେତିକି ନୁହେଁ ଗ୍ରାମ ରେ କୌଣସି ସରକାରୀ ଅଧିକାରୀଙ୍କ ପାଦ କେବେ ପଡିନି ଚାଉଳ, ଭତା ପାଇଁ ପଂଚାୟତ କାର୍ଯ୍ୟଳୟ କୁ ଯିବାକୁ ହେଲେ ୧୪କିମି ପାହାଡିଆ ଜଙ୍ଗଲ ରାସ୍ତା ରେ ଯିବାକୁ ପଡୁଛି ଏପରିକି କମଳ ଶିଶୁ କୁ କାଖ କରି ମେଡ଼ିକାଲ୍ ନେଉଥିବା ଦେଖା ଦେଇଛି ରାଜ୍ୟ ସରକାର ତୁରନ୍ତ ଆମ ଆଦିବାସୀ ଙ୍କୁ ଦୁଃଖ ବୁଝିବା ଶହ ରାସ୍ତା ନିର୍ମାଣ କରାଇବା ପାଇଁ ଗ୍ରାମ ବାସୀ ଅନୁରୋଧ କରିଛନ୍ତି