ପ୍ରଶାସନ ପକ୍ଷରୁ ହଟାଗଲା ପୋଷ୍ଟର ବ୍ୟାନର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁହୋଇଥିବା ଯୋଗୁ ନିର୍ବାଚନ କମିଶନରଙ୍କ ନିର୍ଦେଶ ମତେ ଏବେ ବେଆଇନ ପୋଷ୍ଟର ବ୍ୟାନର ହଟା ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ତହସିଲ କର୍ମଚାରୀ ଓ ପୋଲିସ ଫୋର୍ସ ମିଳିତ ଭାବେ ମାଳଦା, ସରସଦା, ପଟାପୋଲ, ରହଣିଆ, ମଣିନାଥପୁର, ନପଙ୍ଗ ପ୍ରମୁଖ ଅଂଚଳ ଚଢ଼ାଉ କରି ବେଆଇନ ପୋଷ୍ଟର ବ୍ୟାନରକୁ ଚିରିଛନ୍ତି । ବିଶେଷ କରି ଚଳିତ ଇଂରାଜୀ ନବବର୍ଷ ସମୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗାଁ ଛକ, ବଜାର ଗୁଡିକରେ ଯେଉଁ ଶୁଭେଚ୍ଛା ବାର୍ତ୍ତା ହୋଡିଂ ଲାଗିଥିଲା ସେଗୁଡିକୁ ପ୍ରଶାସନ ପକ୍ଷରୁ ହଟା ଯାଇଛି । ଏହାସହିତ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଜନହିତକାରି ଯୋଜନାର ପ୍ରଚାର ପାଇଁ ଯେଉଁଠି ବ୍ୟାନର ଲାଗିଥିଲା ତାକୁ ମଧ୍ୟ ଉଚ୍ଛେଦ କରାଯାଇଛି । ଉକ୍ତ ଉଚ୍ଛେଦ ପ୍ରକ୍ରିୟା ଭଣ୍ଡାରିପୋଖରୀ ବଜାର ସମେତ ବାରିକପୁର, ଧାମନଗର ଛକ, ଆଖୁଆପଦା, ଛତାବର, ମଞ୍ଜୁରୀରୋଡ଼, ପରମାନନ୍ଦପୁର, କୁଲଣା ପ୍ରମୁଖ ଅଂଚଳରେ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ