ପ୍ରସାର ଲାଗି ଟାଟାଷ୍ଟିଲ ପକ୍ଷରୁ ମାରାଥନ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): ଆଜି ନୂଆମୁଣ୍ଡିର ସ୍ପୋର୍ଟସ କମ୍ପେ୍ଲକ୍ସ ପରିସରରେ ପରିବେଶକୁ ନେଇ ଆୟୋଜନ କରାଯାଇଥିବା ଟାଟା ଷ୍ଟିଲ୍ର ଓର ମାଇନ୍ସ ଆଣ୍ଡ କ୍ୱାରିଜ୍ ଡିଭିଜନ୍ (ଓଏମକ୍ୟୁ୍ ଡିଭିଜନ)ର ପ୍ରମୁଖ କାର୍ଯ୍ୟକ୍ରମ ନୂଆମୁଣ୍ଡି ରନ୍ –ଏ-ଥନ୍ର ତୃତୀୟ ସଂସ୍କରଣରେ ସାରା ଦେଶର ୫୨୦୦ରୁ ଅଧିକ ଦୌଡ଼ାଳୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରମୁଖ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅରୁଣ ମିଶ୍ର, ଉପସଭାପତି (କଂଚାମାଲ), ଟାଟା ଷ୍ଟିଲ୍, ଶ୍ରୀଯୁକ୍ତ ଉତମ ସିଂହ, ଉପସଭାପତି (ଆଇରନ ମେକିଂ), ଟାଟା ଷ୍ଟିଲ୍, ଶ୍ରୀଯୁକ୍ତ ହନୁମନ୍ତ ସିଂହ ରାୱତ,ଡେପୁଟି ଇନସ୍ପେକ୍ଟର ଜେନେରାଲ ଅଫ ପୋଲିସ (ଡିଆଇଜିପି, କେନ୍ଦ୍ରୀୟ ସଂରକ୍ଷିତ ପୋଲିସ ବଳ (ସିଆରପିଏଫ୍), ଡକ୍ଟର ପ୍ରେମଚନ୍ଦ, କମାଣ୍ଡାଂଟ୍, ସିଆରପିଏଫ୍, ଶ୍ରୀଯୁକ୍ତ ଅତୁଲ ଭଟ୍ଟନାଗର, ମହାପ୍ରବନ୍ଧକ (ଓଏମକ୍ୟୁ), ଟାଟା ଷ୍ଟିଲ ଓ ଶ୍ରୀଯୁକ୍ତ କୁଲଭିନ୍ ସୁରୀ, ମୁଖ୍ୟ, କର୍ପୋରେଟ୍ ଯେଗାଯୋଗ, ଭାରତ ଓ ଦକ୍ଷିଣ ପୂର୍ବ ଏସିଆ, ଟାଟା ଷ୍ଟିଲ୍ ଉପସ୍ଥିତ ରହି ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ସବୁଜ ଭବିଷ୍ୟତ ପାଇଁ ଦୌଡ଼’କୁ ନେଇ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଓ ସମଗ୍ର ଟ୍ରାକ୍ ପରିସରରେ ପରିବେଶ ମିତବ୍ୟୟୀ ବାୟୋଫେବ୍ରିକ୍ ଉପକରଣ ପାଇଁ ବାର୍ତା ପଚାର କରାଯାଇଛି । ଏହି ରନ୍-ଏ-ଥନ୍କୁ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଏବଂ ୭ କିମି ବର୍ଗରେ ଆୟୋଜନ କରାଯାଇଥିବା ବେଳେ ସ୍କୁଲ ଓ କଲେଜର ୧୬ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ କିମି ଓ ଦିବ୍ୟାଙ୍ଗ ବ୍ୟକ୍ତି (ପିଡବ୍ଲୁଡି)ଙ୍କ ପାଇଁ ୨ କିମି ବର୍ଗରେ ଦୌଡ଼ ଆୟୋଜନ କରାଯାଇଥିଲା । ଏହି ଅବସରରେ ଶ୍ରୀଯୁକ୍ତ ଅରୁଣ ମିଶ୍ର କହିଛନ୍ତି ଯେ, “ନୂଆମୁଣ୍ଡି ରନ୍-ଏନ-ଥନ୍ର ତୃତୀୟ ସଂସ୍କରଣକୁ ନେଇ ଏଭଳି ଉତ୍ସାହ ଏବଂ ବିପୁଳ ପରିମାଣର ଅଂଶଗ୍ରହଣକୁ ଦେଖି ଆମେ ବହୁତ ଉତ୍ସାହିତ । କ୍ରୀଡ଼ା ଓ ନିରନ୍ତରତା ହେଉଛି ଟାଟା ଷ୍ଟିଲର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ଦୌଡ଼ ସମାଜ ସହିତ ଗଭୀର ସମ୍ପର୍କ ସ୍ଥାପନ କରିପାରିଛି । ଏଥର ସଂସ୍କରଣ ରନ୍-ଏ-ଥନ୍୍ର ବିଷୟବସ୍ତୁ ହେଉଛି ନିରନ୍ତର ଖଣି ଏବଂ ସବୁଜ ଭବିଷ୍ୟତ ଲାଗି ରହିଥିବା ଆମର ପ୍ରତିବଦ୍ଧତା ଅନୁଯାୟୀ ରହିଛି । ଏହି କାର୍ଯ୍ୟକ୍ରମ ଏହି ଅଂଚଳର ଯୁବ କ୍ରୀଡ଼ା ପ୍ରତିଭାମାନଙ୍କୁ ବିଶ୍ୱର ଶ୍ରେଷ୍ଠମାନଙ୍କ ସହ ଦୌଡ଼ିବାର ସୁଯୋଗ ପ୍ରଦାନ କରିଛି ।’’ ବିଦ୍ୟାଙ୍ଗ ବ୍ୟକ୍ତି ଦୌଡ଼ରେ ଭାଗ ନେଇଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ, ସମସ୍ତ ବର୍ଗର ଶ୍ରେଷ୍ଠ ତିନି ସ୍ଥାନୀୟ ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି ।ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଲାଗି ନୁଆମୁଣ୍ଡି ଜଣାଶୁଣା ଏବଂ ଏହି ଅଂଚର ଫୁଲ ଓ ପୁଷ୍ପ ସମ୍ପଦର ପୁନରୁଦ୍ଧାର ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଟାଟା ଷ୍ଟିଲ୍ ଯୋଗଦାନ ପ୍ରଦାନ କରୁଛି । ଏହି ଅଂଚଳର ସବୁ ପରିବେଶ ଓ ଜୈବବିବିଧତା ଲାଗି ନୂଆମୁଣ୍ଡି ଲୁହା ପଥର ଖଣି ଅନେକ ପଦକ୍ଷେପ ଗ୍ରହଣ କରିଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସଂଜୟ କୁମାର, ଜିଲ୍ଲା ଖଣି ଅଧିକାରୀ, ଚାଇବାସ, ଶ୍ରୀଯୁକ୍ତ ସମରେଶ ଭଣ୍ଡାରି, ବ୍ଲକ ଉନ୍ନୟନ ଅଧିକାରୀ, ନୁଆମୁଣ୍ଡି, ଶ୍ରୀଯୁକ୍ତ ବଗିତା ସିଂହ, ଅର୍ଜୁନ ପୁରସ୍କାର ବିଜେତା, ସ୍ଥାନୀୟ ଓ ଆଖପାଖ ଅଂଚଳର ଲୋକ, ନୁଆମୁଣ୍ଡି ଓ ଯୋଡ଼ାରେ ଥିବା ଟାଟା ଷ୍ଟିଲର କର୍ମଚାରୀ, ସେମାନଙ୍କ ପରିବାର, ବିଭିନ୍ନ ସ୍କୁଲ ଓ ସଂସ୍ଥାର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।