ପ୍ରସିଦ୍ଧ ବାବା ଝାଡେ଼ଶ୍ବର ଶୈବ ପୀଠରୁ ହୁଣ୍ଡି ଭାଙ୍ଗିଲେ ଓ ଦୋକାନ ଲୁଟିଲେ

ଗଞ୍ଜାମ,(ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ବୋରିଗାଁ ସ୍ଥିତ ପ୍ରସିଦ୍ଧ ଝାଡେ଼ଶ୍ୱର ଶୈବପୀଠରୁ ହୁଣ୍ଡି ଭାଙ୍ଗିବା ସହ ମନ୍ଦିର ପରିସରରେ ଥିବା ଦୋକାନରୁ ମଧ୍ୟ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୃବୃତ୍ତ l ଏନେଇ ମନ୍ଦିର ପରିଚଳନା କମିଟି ପକ୍ଷରୁ ହୁମ୍ମା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି l ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ସୁବ୍ରଜିତ ସାମନ୍ତରାୟ ପହଞ୍ଚି ଛାନଭିନ ତଦନ୍ତ ଆରମ୍ଭ କରିଛନ୍ତି lସବୁଦିନ ପରି ମନ୍ଦିର ପୂଜକ ଠାକୁରଙ୍କ ରୀତିନୀତି ସାରି ଘରକୁ ଯାଇଥିଲେ l ସକାଳୁ ମନ୍ଦିର ଖୋଲିଲା ବେଳକୁ ମନ୍ଦିରର ହୁଣ୍ଡୀ ଭଙ୍ଗାଯାଇଥିବା ଦେଖି ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ l କମିଟି ସଦସ୍ୟ ମାନେ ଆସି ଦେଖିଲାବେଳକୁ ହୁଣ୍ଡିଟି ଭଙ୍ଗାଯାଇଥିବା ବେଳେ, ପୂଜା ଥାଳି ଓ ରାସନ ସାମଗ୍ରୀ ମଧ୍ୟ ଲୁଟନେଇଛନ୍ତି l ହୁଣ୍ଡିରେ ପ୍ରାୟ ଲକ୍ଷାଧିକ ଟଙ୍କା ଥିବା କମିଟି ତରଫରୁ ସୂଚନା ଦିଆଯାଇଛି l ଅନ୍ୟପଟେ ମନ୍ଦିର ପରିସରରେ ଭଗବାନ ନାହାକଙ୍କ ଦୋକାନରୁ ମଧ୍ୟ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଜଣାପଡିଛି l ଉକ୍ତ ଦୋକାନରୁ ପୂର୍ବରୁ ମଧ୍ୟ ଏପରି ଲୁଟ ହୋଇଥିବା ନଜିର ରହିଛି l ମନ୍ଦିରରୁ ବାରମ୍ବାର ଏପରି ଚୋରି ହୋଇଥିବାରୁ ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଗତ କିଛି ମାସ ହେବ ବିଭିନ୍ନ ଦେବା ଦେବି ମନ୍ଦିର ଗୁଡାକୁ ଟାର୍ଗେଟ କରୁଛନ୍ତି ଦୃବୁତ୍ତ ମାନେ l ଯାହା ପୋଲିସ ପାଇଁ ଖୋଲା ଚାଲେଞ୍ଜ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ