ପ୍ରସୂତିର ମୃତ୍ୟ କୁ ନେଇ ଉତେଜନା

ଯାଜପୁର ଜିଲ୍ଲା ଧର୍ମଶାଳା ଡାକ୍ତରଖାନାରେ ପ୍ରସୂତିର ମୃତ୍ୟକୁ ନେଇ ଉତେଜନା । ଉତ୍ୟକ୍ତ ଲୋକେ ଡାକ୍ତରଖାନାରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସୋମବାର ଅପରାହ୍ନରେ ସ୍ଥାନୀୟ ଭବାନୀପୁର ଗ୍ରାମର ଜଣେ ମହିଳାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସା ପରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ହେଲେ ମହିଳାଙ୍କ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଚିକିତ୍ସା ପରେ ରକ୍ତଶ୍ରାବ ବନ୍ଦ ନହେବାରୁ ଡାକ୍ତର ତାଙ୍କୁ କଟକ ମେଡିକାଲ ପଠାଇଥିଲେ । ହେଲେ କଟକ ଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ରାତିରେ ଏହିଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଉତ୍ୟକ୍ତ ଲୋକେ ଡାକ୍ତରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ