ପ୍ରସ୍ତାବିତ ପିସିପିଆଇଆର୍ ପ୍ରକଳ୍ପ ନିମନ୍ତେ ଜନ ଶୁଣାଣୀ

ପାରାଦୀପ, (ପୀତବାସ ପ୍ରଧାନ) :ପାରାଦୀପ ପୌର କଲ୍ୟାଣ ମଣ୍ଡପ ପରିସରରେ ପ୍ରସ୍ତାବିତ ପେଟ୍ରୋଲିୟମ୍‌, ରସାୟନ ଓ ପେଟ୍ରୋକେମିକାଲସ୍ ଅଂଚଳ (ପିସିପିଆଇଆର୍) ପ୍ରକଳ୍ପ ନିମନ୍ତେ ବୁଧବାର ଦିନ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଇଡକୋ ପକ୍ଷରୁ ଆୟୋଜିତ ଏହି ଜନଶୁଣାଣୀରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ ଅଧିକାରୀ ଦିଲ୍ଲୀପ କୁମାର ଦାଶ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଇଡକୋ ପକ୍ଷରୁ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରସ୍ତାବିତ ଏହି ପ୍ରକଳ୍ପ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା, ମାର୍ଶାଘାଇ ସମେତ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ବ୍ଲକ୍‌ରେ ହେବାକୁ ଥିବା ଇଡକୋ ପକ୍ଷରୁ ସୂଚନା ଦିଆଯାଇଥିଲା । ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀମାନେ ଯୋଗ ଦେଇ ପ୍ରଦୂଷଣ ମୁକ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ