ପ୍ରାଇଭେଟ ଫାଇନାନ୍ସ କମ୍ପାନୀଙ୍କ ଦାଦାଗରି : ଋଣ ଟଙ୍କା ପାଇଁ ଘରେ ପଶି କରୁଛନ୍ତି ର୍ଦୁବ୍ୟବହାର

ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତର ୩ ଟି ଗ୍ରାମର ୧୫୦ ରୁ ଉର୍ଦ୍ଧ ମହିଳା ସଙ୍ଘ ଏବେ ଚିନ୍ତାରେ ରାଜ୍ୟରେ କରୋନା ପାଇଁ ବିଭିନ୍ନ କାମଧାମକୁ ଲୁକେ ନ ଯାଇ ଭୟାବିତରେ ଘରେ ରହୁଛନ୍ତି, ଏପରିକି ଦାଦନ ଖାଟିବାକୁ ମଧ୍ୟ ଯାଇ ଫେରି ଆସିଛନ୍ତି ପରିବାର ଲୁକେ ଯାହା ଫଳରେ ଋଣ ନେଇଥିବା ଟଙ୍କା ଫେରାଇବାକୁ ବାଧା ସୃଷ୍ଟି ହେଉଛି । ଏହି ଅଞ୍ଚଳର ମହିଳା ମାନେ ଭାରତ ଫାଇନାନ୍ସ, ଏଲଣ୍ଟି, ଆରାଧନା ଭଳି ସଂସ୍ଥା ଗୁଡିକୁରୁ ଋଣ ନେଇ ବ୍ୟବସାୟ କରୁଥିଲେ କିନ୍ତୁ ଲକ୍‌ଡାଉନ୍ ଯୋଗୁଁ ବ୍ୟବସାୟ ବନ୍ଦ ହେଇଯାଇଛି , ଟଙ୍କା ସୁଝି ହେଇନି । ସରକାର ଦେଇଥିବା ଚାଉଳ ଖାଇ ବଞ୍ଚୁଛନ୍ତି ଏମାନେ ବେସରକାରୀ ସଂସ୍ଥା ଗୁଡ଼ିକର ମ୍ୟାନେଜର ମାନେ ଆସି ଜବରଦସ୍ତ ଧମକାଇ ଟଙ୍କା ମାଗୁଛନ୍ତି ନ ଦେଲେ ଗାଳି ଗୁଲଜ କରିବା ସହ ରେସନକାର୍ଡ ବନ୍ଦ କରିଦେବାକୁ ଧମକ ଦେଉଛନ୍ତି, ତେଣୁ ସରକାର ଯଦି ଋଣ ଛାଡ କରନ୍ତେ ନଚେତ କିଛି ଦିନ ସମୟ ଦେଲେ କୁଲି ମଜୁରୀ କରି ସୁଝିବୁ କହିଛନ୍ତି ମହିଳା ସଂଘ ମାନେ ଏମାନେ ଲକ୍ଷେ ଟଙ୍କାରୁ ଉର୍ଦ୍ଧ ଋଣ ନେଇଛନ୍ତି । ଆଗରୁ ନେଇ ଫେରାଇ ଦେଇଛନ୍ତି । କୁଟୁଣିଗଣ୍ଡା, ତୁରାଣିପାଣି, ମଇଁଶିଖତର ମହିଳା ସଂଘ ମାନେ ଯଦି ସରକାର ସାହାର୍ଯ୍ୟ ନକରିଲେ ଆତ୍ମ ହତ୍ୟା କରିବୁ କହିଛନ୍ତି ତେବେ ସରକାର ଏମାନଙ୍କୁ କଣ୍ ସାହାର୍ଯ୍ୟ କରିବେ ତା ଦେଖିବାକୁ ବାକି ରହିଲା ଏଇ ବିଷୟରେ ବିଡ଼ିଓ ବଂଶୀଧର ଖୋସଲାଙ୍କୁ ମହିଳା ମାନେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ