ପ୍ରାକୃତିକ କୃଷି ଉପରେ ତାଲିମ ଶିବିର

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଏକ କୃଷକ ତାଲିମ ଶିବିର ପ୍ରାକୃତିକ କୃଷି ସଂପକୀୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉଦ୍ୟାନ କୃଷି ଡ.ଦିବ୍ୟସୁନ୍ଦର କର, କ୍ଷେତ୍ର ବୈଜ୍ଞାନିକ ଶ୍ରୀକାନ୍ତ ସାହୁ, ପ୍ରାଣୀବିଜ୍ଞାନୀ ଡ. ରେଣୁବାଳା ନାଏକ,ଶସ୍ୟ ସଂରକ୍ଷଣ ବୈଜ୍ଞାନିକ ସଂଘମିତ୍ରା ସାହୁ ନିଜନିଜର ବିଷୟ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଆଗାମୀ ଦିନରେ ପ୍ରାକୃତିକକୃଷି ଉପରେ ଆଲୋକପାତ ପାଇଁ ସରକାରୀ ତରଫରୁ ସୂଚନା ରହିଥିବାବେଳେ କୃଷକମାନେ ଏଦିଗରେ ଲବ୍ଧଜ୍ଞାନ ହାସଲ କରିବା ଏହାର ମୂଳଲକ୍ଷ୍ୟ ରହିଥିଲା।ଏଥିରେ ପ୍ରାକୃତିକ କୃଷି ରେ ବ୍ୟବହୃତ ନାନାଦି ଉପାଦାନ ଉପରେ ଆଲୋଚନା କର। ଯାଇଥିଲା ଢେଙ୍କାନାଳ ଜିଲ୍ଲାରୁ ୪୦ ଜଣ ଚାଷୀ ଯୋଗଦାନ କରିଥିଲେ।ପ୍ରାକୃତିକ ଉପାୟରେ କୃଷି ଶସକ୍ତ ହେବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ