ପ୍ରାକୃତିକ ବିପର୍ଯ୍ୟୟକୁ ଲାଘବ ନିମନ୍ତେ ସମସ୍ତଙ୍କର ସହଯୋଗ ଅପରିହାର୍ଯ୍ୟ

ଯାଜପୁର, (ଓ୍ବାଇଏନ୍ଏସ୍): ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଳ୍‌ା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି କହିଲେ ଯେ, ରାଜ୍ୟର ୩୦ ଗୋଟି ଜିଲ୍ଳ୍‌ା ମଧ୍ୟରୁ ଯାଜପୁର ହେଉଚ୍ଥି ବନ୍ୟା, ବାତ୍ୟା ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଳ୍‌ା । ମାତ୍ର ଖୁସିର କଥା ହେଉଚ୍ଥି ବିପର୍ଯ୍ୟୟ ସମୟରେ ସମସ୍ତ ଜନସାଧାରଣ, ସରକାରୀ କର୍ମଚାରୀ, ରାଜନେତା ଓ ଜଣେ ସାଧାରଣ ଜନତା ମିଳିମିଶି ଭାଇଚାରା ସଂପର୍କ ରଖି କାର୍ଯ୍ୟ କରିଥାନ୍ତି । ଯାହା ପଂଳରେ ପରବର୍ତ୍ତୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରତିବନ୍ଧକରୁ ଜିଲ୍ଳ୍‌ା ମୁକ୍ତ ହୋଇଥାଏ । ଉଦାହରଣ ହେଉଚ୍ଥି ମିଳିତ ଉଦ୍ୟମ ଯୋଗୁ କରୋନା ଆକ୍ରାନ୍ତରୁ ଜିଲ୍ଳ୍‌ାରେ ବହୁ ସଂଖ୍ୟକ ରୋଗୀ ଆରେଗ୍ୟଲାଭ କଲେଣି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଳ୍‌ାରେ ଥିବା ଏନ୍‌.ଜି.ଓ. , ପୋଲିସ କର୍ମଚାରୀ, ଜିଲ୍ଳ୍‌ା ଜରୁରୀ ବିଭାଗ , ଅଗ୍ନିଶମ ବିଭାଗ, ଓଡ୍ରାପଂ ଟିମ୍‌, ସ୍ୱାସ୍ଥ୍ୟ ବିଭାଗ, ଗଣମାଧ୍ୟମ, ସାଧାରଣ ଜନତାଙ୍କ ମିଳିତ ଉଦ୍ୟମରେ ଏହାର ମୁକାବିଲା ସହଜପ୍ରଦ ହୋଇଥାଏ ବୋଲି ସେ କହିଥିଲେ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ଜିଲ୍ଳ୍‌ାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବହୁ ଧନ ଜୀବନ ରକ୍ଷା କରୁଥିବାରୁ ସରକାରଙ୍କର ଏ ଦିଗରେ ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ । ବନ୍ୟା, ବାତ୍ୟାକୁ କେହି ଅଟକାଇ ପାରିବେ ନାହିଁ, ମାତ୍ର ପୂର୍ବରୁ ଓ ପରବର୍ତ୍ତୀ ସମୟରେ ନିଆଯାଇଥିବା ପଦକ୍ଷେପ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସଂଚାଳନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ବିପର୍ଯ୍ୟୟ ସମୟରେ ନିଜ ନିଜ ବିଭାଗର କତ୍ତିବ୍ୟ ସଂପାଦନ ସଂପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଳ୍‌ା ଜରୁରୀ ବିଭାଗ ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ବୈଠକ ପ୍ରାରମ୍ଭରେ ବିଭାଗର ବୈଶିଷ୍ଟ୍ୟ ଉପରେ ସମ୍ୟକ ଧାରଣା ଦେଇଥିଲେ ଓ ୧୯୯୯ ବାତ୍ୟାକୁ ମନେ ପକାଇ ସଚେତନ ରହିଲେ ଆମେ ସବୁ କଷ୍ଟରୁ ଲାଘବ ପାଇପାରିବା ବୋଲି ମତବ୍ୟକ୍ତ କରରିଥିଲେ । ବୈଠକରେ ରାଜ୍ୟ ସ୍ତରରୁ ଆସିଥିବା କାରଖାନା ଓ ବ୍ରଏଲର ଜେନେରାଲ ମ୍ୟାନେଜର ମଳୟ ପ୍ରଧାନ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଡି.ଆଇ.ବି. ଡି.ଏସ୍‌୍‌.ପି. ପ୍ରପୁଂଲ କୁମାର ମିଶ୍ର, ଅଗ୍ନିଶମ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମାର୍ଣ୍ଡି, ଡା. ଏ.କେ. ନାଥଶର୍ମା, ଡା. ସୁଶାନ୍ତ ନାୟକ, ଡା. ପାର୍ଥ ମିଶ୍ର, ଡା. ସୁଶ୍ରୀ ସଂଗୀତା ନାୟକ, ଜରୁରୀ ବିଭାଗର ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ସହକାରୀ ଜିଲ୍ଳ୍‌ାପାଳ ତିଳୋତ୍ତମା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଜରୁରୀ ବିଭାଗ କର୍ମଚାରୀ ବ୍ରହ୍ମାନନ୍ଦ ଜେନା, ଅରୁଣ କୁମାର ସାହୁ, ତରୁଣ କୁମାର ପଣ୍ଡା, ସୁପ୍ରିୟ କୁମାର ପଣ୍ଡା, ଶୁଭାଶିଷ ଯେନା, ନାରାୟଣ ଚନ୍ଦ୍ର ଦାସ ବୈଠକ ପରିଚାଳନାରେ ସହଯୋଗ କରିଥିଲେ । ପରେ ପରେ ଜିଲ୍ଳ୍‌ା କାର୍ଯ୍ୟାଳୟ ପରିସରରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ୍‌ଡ୍ରିଲ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ବିପର୍ଯ୍ୟୟ ସମୟରେ ଓ ପରେ ଉଦ୍ଧାର ଓ ଥଇଥାନର ବିଭିନ୍ନ କୈାଶଳ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଳ୍‌ାର ସମସ୍ତ ବ୍ଳ୍‌କ ହେଡକ୍ୱାର୍ଟର, ୮ ଟି ବ୍ଳ୍‌କରେ ଥିବା ୨୧ ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଓ ଜିଲ୍ଳ୍‌ା ସଦର ମହକୁମାରେ ଏହି ମକ୍‌ଡ୍ରିଲ ଏକ ସମୟରେ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ