ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଓ ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ସହ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଧ୍ୟକ୍ଷ ପ୍ରମୋଦ କୁମାର ରଥଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କଲେଜ ଷ୍ଟାପ କ୍ଲବ ପକ୍ଷରୁ ପ୍ରଦାନ କରାଯାଇଛି। କଲେଜ ଷ୍ଟାପ କ୍ଲବ ସମ୍ପାଦକ ଅଧ୍ୟାପକ ସେକ୍ ଫରିଦ୍ ଓ ସହ ସମ୍ପାଦକ ଅଧ୍ୟାପକ ବିଭୁତି ଭୂଷଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗତ ୨୦୨୪ ଫେବୃଆରୀ ୨୯ ତାରିଖ ଦିନ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ବନମାଳୀ ବେହେରା ଅବସର ଗ୍ରହଣ କରିଥିବା ବେଳେ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଲେଜର ଗଭର୍ଣ୍ଣିଂ ବଡ଼ି ପ୍ରେସିଡେଣ୍ଟ ଦୁର୍ଗା ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ। କଲେଜର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଉଭୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ ନେତୃତ୍ୱ, ମେଳାପି, ସୁପ୍ରଶାସକ ଓ ସମୟାନୁବର୍ତ୍ତି ବିଷୟରେ ଗୁଣଗାନ କରିଥିଲେ। ଏହି ଅବସରରେ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ବିରଞ୍ଚି ନାରାୟଣ ରଥ ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ସମ୍ମାନ ସୂଚକ ଡକ୍ଟରେଟ ଉପାଧିରେ ଭୂଷିତ ହୋଇଥିବ ଯୋଗୁଁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ କଲେଜ ଷ୍ଟାପ କ୍ଲବ ସହ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ