ପ୍ରାକ୍ତନ ଛାତ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ କେନ୍ଦ୍ରାପଡା କଲେଜରେ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୧୯୮୦ – ୮୨ ବ୍ୟାଚର ଛାତ୍ର ତଥା ବର୍ତ୍ତମାନର କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନର କମିଶନର ଡଃ. ସୁରେଶ ଚନ୍ଦ୍ର ଦଳାଇଙ୍କୁ କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମାଚାରୀ, ପୁରାତନ ଛାତ୍ର ଓ ପରିଚାଳନା ପରିଷଦ ପକ୍ଷରୁ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାକ୍ତନ ଇଂରାଜୀ ଅଧ୍ୟାପକ ତଥା ତାଙ୍କର ଶିକ୍ଷକ ଦୁର୍ଯୋଧନ ପରିଡା ତାଙ୍କ ପରିଚିତି ସମ୍ପର୍କରେ ଅବଗତ କରାଇବା ସହ କଲେଜର ସମସ୍ୟା ପ୍ରତି ନିିଜ କାର୍ଯ୍ୟ ଜରିଆରେ ସେ ସମ୍ପ୍ରତ୍ତି ପ୍ରକାଶ କରିଥିବା ପ୍ରତି ବଦ୍ଧତାର ମଧ୍ୟ ସୂଚନା ଦେଇଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା ଆଶୀର୍ବଚନ ସହ କଲେଜକୁ ବିଶ୍ୱ ବିଦ୍ୟାଳୟ କରିବା ନିମିତ୍ତ ଆବଶ୍ୟକ ଭିତ୍ତିଭୂମୀ ଯୋଗାଡ ପାଇଁ ତାଙ୍କ ସହଯୋଗ କାମନା କରିଥିଲେ । କଲେଜ ପରିଚାଳନା ପରିଷଦର ଅଧ୍ୟକ୍ଷ ଡା. ବାସୁଦେବ ପାତ୍ର କଲେଜ ଜମି ସମସ୍ୟାର ସମାଧାନ ପ୍ରସଙ୍ଗ ଅବଗତ କରାଇଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ଡଃ. ସେକ ସମସୁର, ପରିଚାଳନା ପରିଷଦ ସଭ୍ୟ ଅଧ୍ୟାପକ ଅଜୟ ସାମଲ ଓ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ତାଙ୍କୁ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ନିଜ ମାତୃ ଶିକ୍ଷାକେନ୍ଦ୍ରର ବିକାଶ ପାଇଁ ନିଜ ସାମର୍ଥ୍ୟ ମତେ ସମସ୍ତ ସହାୟତା ଯୋଗାଇଦେବାକୁ ସେ ସଭାରେ ପ୍ରକାଶ କରିଥିଲେ । ଏହି ଅବସରରେ ସେ ମଧ୍ୟ କଲେଜର ଜମିଜମା ଦାୟିତ୍ୱ ବୁଝୁଥିବା ପ୍ରାକ୍ତନ ଅଧ୍ୟାପକ ବାସୁଦେବ ଦାସଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ଏହି ସଭାରେ ପଟ୍ଟାମୁଣ୍ଡାଇ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଦେବବ୍ରତ୍ତ ପ୍ରଧାନ, ଛତିଆ ମହାପୁରୁଷ ହାଡିଦାସ କଲେଜର ଇଂରାଜୀ ବିଭାଗ ମୁଖ୍ୟ ଡଃ. ବିଶ୍ୱନାଥ ଦାସ, ଅବସରପ୍ରାପ୍ତ ଅଧ୍ୟାପକ ଡଃ. ପ୍ରମୋଦ ଦାସ ଅଧ୍ୟାପକ ଡଃ. ସଞ୍ଜିବ ମହାନ୍ତି, ମେଜର ମନୋରଞ୍ଜନ ମହାନ୍ତି, ରାମଚନ୍ଦ୍ର ପାତ୍ର, ଗୌର ପ୍ରସାଦ ଷଢଙ୍ଗୀ, ଅଶୋକ ଦାସ, ଅଧ୍ୟାପିକା ଡଃ. ରତ୍ନମଞ୍ଜରୀ ଦାଶ, ଡଃ. ପୌର୍ଣ୍ଣମାସୀ ପଣ୍ଡା, କ୍ୟାପ୍ଟେନ ସୀମା ମହାନ୍ତି, ମୁଖ୍ୟ ଅଫିସ ସହାୟକ ରଞ୍ଜନ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ରଞ୍ଜିତ କୁମାର ଦାସ, ଡଃ. ପ୍ରଭାକର ମଲ୍ଲିକ ଓ ସୁବ୍ରତ ପାତ୍ର ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


