ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନାରାୟଣ ପତିଙ୍କର ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ତଥା ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଚନ୍ଦ୍ର ପତି(୯୪)ଙ୍କର ଶନିବାର ସକାଳେ ପରଲୋକ ଘଟିଛି । ଗତ କିଛି ଦିନ ବୟସାଧିକ କାରଣରୁ ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲେ । ସାମାଜିକ ଦୂରତା ରକ୍ଷା କରି ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡପୁଅ ବନମାଳୀ ମୁଖାଗ୍ନି ଦେଇଥିଲେ । ସେ ଜଣେ ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ୍, ପ୍ରାକ୍ତନ ସରପଞ୍ଚ, ପ୍ରାକ୍ତନ ଅଧ୍ୟକ୍ଷ, ଏନ୍.ସି.ପତି ଏଡୁକେସନାଲ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଥିଲେ । ସେ ୩ ଥର ଗଣିଜାଙ୍ଗ ପଞ୍ଚାୟତର ସରପଞ୍ଚ ପଦବୀରେ ରହି ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ସେହିପରି ବନ୍ତ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ବ୍ଲକର ବିକାଶ କ୍ଷେତ୍ରରେ କର୍ଣ୍ଣଧାର ସାଜିଥିଲେ । ଲକ୍ ଡାଉନ୍ ଓ ସଟ୍ ଡାଉନ୍ ପରିସ୍ଥିତିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆସି ପାରିନଥିଲେ ମଧ୍ୟ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି । ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ, ବିଜେପି ନେତା ବଦ୍ରୀ ନାରାୟଣ ଧଳ, ଏକାଡେମିକ୍ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ବସନ୍ତ କୁମାର ସାମଲ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ଗିରି, ନିତ୍ୟାନନ୍ଦ ଜେନା, ଅଲେଖ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ନାରାୟଣ ଚନ୍ଦ୍ର ବାରିକ, ଅନନ୍ତ କୁମାର ମହାପାତ୍ର, ହୃଷିକେଶ ଘଡେଇ, ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସମାଜସେବୀ ଭୀମସେନ ସାମଲ, ଶିକ୍ଷକ ରମାକାନ୍ତ ରାଉତ, ଶ୍ରୀକାନ୍ତ ପଣ୍ଡା, ଜଗନ୍ନାଥ ନାୟକ, ଅଭୟ କୁମାର ପ୍ରଧାନଙ୍କ ସମେତ ଏକାଡେମିକ୍ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷୟିତ୍ରୀ ଶିକ୍ଷକ ଓ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ ।


