ପ୍ରାକ୍ତନ ସିପିଆଇ ଜିଲ୍ଲା ସମ୍ପାଦକ ସାଥି ବଳରାମ ପାଇକରାୟ ୧୮ ତମ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶତ ସଂଗ୍ରାମର ସାରଥି, ଗରିବ ଖଟି ଖିଆର ବନ୍ଧୁ ପ୍ରାକ୍ତନ ସି.ପି.ଆଇ. ଜିଲ୍ଲା ସମ୍ପାଦକ ସାଥି ବଳରାମ ପାଇକରାୟଙ୍କ ୧୮ ତମ ଶ୍ରାଦ୍ଧ ଦିବସ କେନ୍ଦ୍ରାପଡା ସହରସ୍ଥ ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମାର୍ଶାଘାଇ- ମହାକାଳପଡା ଜୋନର ସମ୍ପାଦକ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ୨ ମିନିଟ ନୀରବ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।ଏହାପରେ ଅଧ୍ୟାପକ ଅଜୟ ସାମଲ, ସିପିଆଇ ଜିଲ୍ଲା ସଂପାଦକ ସାଥି ରମଣୀ ରଞ୍ଜନ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଫକିର ଚରଣ ଖଟୁଆ, ମୁକ୍ତାର ଖାଁ, ସିପିଆଇ (ଏମ) ଜିଲ୍ଲା ସମ୍ପାଦକ ସାଥି ଗୟାଧର ଧଳ, ସିପିଆଇ ସହ ସଂପାଦକ ଆଦିକନ୍ଦ ରାଉଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବଳରାମ ପାଇକରାୟଙ୍କ ଶିକ୍ଷାଗତ ଯୋଗ୍ୟତା ଥାଇ ସରକାରୀ ଚାକିରୀ ନକରି ନିଜକୁ ଗରିବ ଲୋକଙ୍କ ପାଇଁ କିପରି ଉତ୍ସର୍ଗୀକୃତ କରିଥିଲେ । ମାର୍ଶାଘାଇ ବ୍ଲକର ଦୁମୁକା ପଂଚାୟତର ବାଲଣା- ଆଦମପୁର ଗ୍ରାମରେ ଜନ୍ମ ଗ୍ରହଣ କରି ଚାକିରୀ ନକରି ସଂସାର ନକରି, ନିଜର ଜମିକୁ ଗାଁ ହାଇସ୍କୁଲ ପାଇଁ ଦାନ କରି ନିଜେ ଦୁଇ ଥର ସରପଂଚ ହେବା ସତ୍ୱେ ନିଜ ଜୀବନକୁ ଅତି ସରଳ, ନିରାଡମ୍ବର ଭାବରେ ଜଣେ ସଚ୍ଚୋଟ କମ୍ୟୁନିଷ୍ଟ ଭାବରେ ଗଢି ତୋଳିଥିଲେ । ଆଜିର ଦିନରେ ତାଙ୍କ ଆଦର୍ଶ ଆମ ପାଇଁ ଅନୁକରଣ ହେଉ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ସଭାରେ ଭାଗିରଥୀ ଜେନା, ଶିକ୍ଷକ ନେତା ଅବଧୂତ ରାଉତ, ମନୋରଞ୍ଜନ ତ୍ରିପାଠୀ,ବ୍ୟଙ୍ଗ କବି ଶ୍ରୀଧର ମହାନ୍ତି, ସୁରେଶ ପଟ୍ଟନାୟକ, ଆଇନଜୀବୀ ରଞ୍ଜନ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ