ପ୍ରାଚୀନଦୀ କୂଳ ତୀର୍ଥରେ ଶ୍ରଦ୍ଧାଳୁଙ୍କ ପିଣ୍ଡ ଦାନ
ନିମାପଡ଼ା,(ସନ୍ତୋଷ ଦାଶ) ଗତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇଥିଲା ପିତୃପକ୍ଷ ବାଅପରପକ୍ଷ। ଆଜି ପବିତ୍ର ମହାଳୟା ଅମାବାସ୍ୟା ରେ ଏହା ଶେଷ ହୋଇଛି। ହିନ୍ଦୁ ଧର୍ମର ବିଶ୍ଵାସ ଅନୁସାରେ ଏହି ପକ୍ଷ (୧୫) ଦିନ ରେ ପିତୃ ପୁରୁଷ ମାନଙ୍କୁ ପିଣ୍ଡ ଦାନ କଲେ ସେମାନେ ତୃପ୍ତ ହୋଇ ଶ୍ରଦ୍ଧାଳୁଙ୍କ ପରିବାର କୁ ଆଶ୍ରିବାଦ ପ୍ରଦାନ କରିଥାନ୍ତି।ଭାଦ୍ରବ ମାସ ର ପୂର୍ଣ୍ଣିମା ଠାରୁ ଆଶ୍ଵିନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ୧୫ ଦିନ କୁ ପିତୃପକ୍ଷ ବା ଅପରପକ୍ଷ କୁହା ଯାଇଥାଏ। ଯେଉଁ ମାନେ ଶ୍ରାଦ୍ଧ ଦିବସ ଦିନ ପିଣ୍ଡ ବା ଶ୍ରାଦ୍ଧ ପ୍ରଦାନ କରି ପାରନ୍ତି ନାହିଁ ସେମାନେ ଏହି ପକ୍ଷ ରେ ପିଣ୍ଡ ବା ଶ୍ରାଦ୍ଧ ପ୍ରଦାନ କଲେ ସ୍ବର୍ଗତ ଆତ୍ମା ର ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।ଏହି ବିଶ୍ୱାସ କୁ ନେଇ ଶହ ଶହ ଶ୍ରଦ୍ଧାଳୁ ପରିବାର ପୁଣ୍ୟତୋୟା ପ୍ରାଚୀ ନଦୀ ର ବିଭିନ୍ନ ତିର୍ଥ ଘାଟ ରେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ପ୍ରାଚୀ ନଦୀ କୂଳରେ ଥିବା ନୟାହାଟ ନିକଟସ୍ଥ ପୁରରବା ତୀର୍ଥ, ଅଙ୍ଗ ତୀର୍ଥ, ଗୋ ତୀର୍ଥ, ଅର୍କ ତୀର୍ଥ, ଅଗ୍ନି ତୀର୍ଥ, ପାଣ୍ତବ ତୀର୍ଥ, ମଣିକର୍ଣିକା ତୀର୍ଥ, ସୁଦର୍ଶନ ତୀର୍ଥ, ଅପସରା ତୀର୍ଥ, ମୁକ୍ତି ତୀର୍ଥ ମାନଙ୍କ ରେ ଶ୍ରଦ୍ଧାଳୁ ପରିବାର ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ ପ୍ରଦାନ କରିଥିଲେ। ଉପୋରକ୍ତ ସ୍ଥାନ ମାନଙ୍କୁ ଚିହ୍ନଟ କରି ଏହାର ପାରିପାଶ୍ୱିକ ଉନ୍ନତି କରାଗଲେ ଶ୍ରଦ୍ଧାଳୁ ମାନେ ଗଙ୍ଗା,ଗୟା, କାଶୀ ନ ଯାଇ ଏଠାରେ ପିତୃ ପୁରୁଷ ମାନଙ୍କୁ ପ୍ରତିବର୍ଷ ପିଣ୍ଡ ଦାନ କରି ପାରନ୍ତେ ବୋଲି କହିଛନ୍ତି ପଣ୍ଡିତ ଅନ୍ତର୍ଯ୍ୟାମୀ କର। ପ୍ରାଚୀ ନଦୀ କୂଳରେ ଥିବା ଯେ କୌଣସି ତୀର୍ଥ ରେ ପିତୃ ପୁରୁଷ ମାନଙ୍କୁ ପିଣ୍ଡ ବା ଶ୍ରାଦ୍ଧ ପ୍ରଦାନ କଲେ ସେମାନେ ତୃପ୍ତ ହୋଇଥାନ୍ତି ବୋଲି ସେ କହିଛନ୍ତି।