ପ୍ରାଚୀ କୂଳରେ ମା “ଦୁର୍ଗା ବିରାଜିତ ଚଣ୍ଡୀପାଠ ରେ କମ୍ପୁଛି ପୂଜା ମଣ୍ଡପ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଚଉଦିଗ ଦୁର୍ଗାମୟ। ମା’ ଦୁର୍ଗାଙ୍କ ଆରାଧନାରେ ଦଶଦିଗ ମୁଖରିତ। ଅଧର୍ମର ଅବସାନ ଘଟାଇ ଧର୍ମ ସଂସ୍ଥାପନ ଲାଗି ସେ ଆବିର୍ଭୂତା। ସକଳ ଦୁର୍ଗତିରୁ ଉଦ୍ଧାର କରୁଥିବାରୁ ସେ ଦୁର୍ଗା- ‘‘ଦୁର୍ଗ+ଆ।’’ ‘ଦୁର୍ଗ’ର ଅର୍ଥ ବିପଦ ବା ଦୁର୍ଗତି, ‘ଆ’ ଅର୍ଥ ନଷ୍ଟ କରିବା। ସେ ସର୍ବଦୁଃଖ ହରଣକାରିଣୀ। ପୁଣି ଦୁର୍ଗା ପାଞ୍ଚ ଅକ୍ଷରର ସମ୍ମିଳିତ ପରିପ୍ରକାଶ- ‘‘ଦ୍+ଉ+ର୍+ଗ୍+ଆ।’’ ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁ ଯିଏ ଉଦ୍ଦିଷ୍ଟ, ‘ଉ’ ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ‘ର’ ସମସ୍ତ ରୋଗର ଯିଏ ବିନାଶକାରୀ, ‘ଗ’ ସକଳ ପାପର ଯିଏ କ୍ଷୟକାରୀ, ‘ଆ’ର ଅର୍ଥ ସମସ୍ତ ଭୟର ଯେ ହରଣକାରୀ। ଆଶ୍ବିନର ଶୁଭଲଗ୍ନରେ ମହିଷାସୁରମର୍ଦ୍ଦିନୀ ଭାବେ ମା’ ପୂଜିତା। ମାର୍କଣ୍ଡେୟ ପୁରାଣରେ ବର୍ଣ୍ଣିତ କଥାନୁଯାୟୀ, ସ୍ବର୍ଗଲୋକର ସମସ୍ତ ଦେବତା ମହିଷାସୁର ଅତ୍ୟାଚାରରେ ଅତିଷ୍ଠ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହେଲେ। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜକୁ ନେଇ କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମହାମାୟା ଦୁର୍ଗାଙ୍କୁ ଆବାହନ କରିବାରୁ ମାଆ ଦୁର୍ଗା ପ୍ରକଟହେଲେ। ସବୁ ଦେବତା ନିଜର ଆୟୁଧ ଦେବୀଙ୍କୁ ପ୍ରଦାନ କରି ତାଙ୍କୁ ବଳଶାଳୀ କରାଇଲେ। ମହିଷାର ଅସୁରବଳ ସହ ଯୁଦ୍ଧ କରି ସଭିଙ୍କୁ ନିପାତ କଲେ ଦେବୀ ଦୁର୍ଗା। ଶେଷରେ ମହିଷାସୁର ନିଜ ମାୟାବୀ ଶକ୍ତିଦ୍ୱାରା ଦେବୀଙ୍କୁ ଆକ୍ରମଣ କଲା। ଦେବୀ କ୍ଳାନ୍ତ ହୋଇପଡ଼ିବାରୁ ମହାଦେବ ତାଙ୍କୁ ମଧୁପାନ କରାଇ ପୁନଶ୍ଚ ଯୁଦ୍ଧରେ ନିମଗ୍ନ କରାଇଲେ। ଭୟଙ୍କର ଯୁଦ୍ଧରେ ତିନିଲୋକ ଥରହର ହେଲା। ଶେଷରେ ଦେବୀ ଶୂଳରେ ମହିଷାର ହୃଦୟକୁ ଘାତ କଲେ ଏବଂ ଖଡ୍ଗ ଦ୍ୱାରା ଶିରଛେଦନ କଲେ। ତାହାଥିଲା ଚୈତ୍ର ଶୁକ୍ଳ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ। ତେଣୁ ଏହି ସମୟରେ ଦେବୀଙ୍କୁ ମହାଶକ୍ତି ଓ ମହାମାୟା ରୂପେ ପୂଜା କରାଯାଏ। ଦଶମୀ ଦିନ ସମସ୍ତ ଦେବତା ଦେବୀଙ୍କ ବିଜୟାଭିଷେକ କରିଥିଲେ। ଏହିଦିନକୁ ବିଜୟା ଦଶମୀ ଭାବେ ପାଳନ କରାଯାଏ। ସେହିପରି ତ୍ରେତୟା ଯୁଗରେ ରାବଣକୁ ଯୁଦ୍ଧରେ ପରାସ୍ତ କରିବାକୁ ଶ୍ରୀରାମ ଚୈତ୍ର ବଦଳରେ ଆଶ୍ୱିନରେ ଦେବୀଙ୍କୁ ଆବାହନ କରିଥିଲେ। ସେହିଦିନରୁ ଉଭୟ ଚୈତ୍ର ଓ ଆଶ୍ବିନ ମାସରେ ଦେବୀଙ୍କୁ ପୂଜା କରାଯାଏ।
ଘଣ୍ଟ, ଶଙ୍ଖ ହୁଳ ହୁଳି ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ । ସବୁଠି ଭକ୍ତ ଓ ଭଗବାନଙ୍କ ମିଳନର ଅପୂର୍ବ ଦୃଶ୍ୟ ଦେଖିବାକୁ ମଳୁଛି । ମଣ୍ଡପରେ ମା’ଙ୍କର ମହା ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ଚାଲିଛି ମହା ନବମୀ ପୂଜା ।ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଜପୁର ନିକଟସ୍ଥ ରାଧାମାଧବପାଟଣା ନୃସିଂହ ନାଥ ୟୁଥ କ୍ଲବ ତରଫରୁ ଚଳିତ ବର୍ଷ ଦ୍ୱିତୀୟ ବର୍ଷ ରେ ପଦାର୍ପଣ କରିଥିବା ବେଳେ ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପରେ ପ୍ରବଳ ଭିଡ ଲାଗି ରହିଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ । ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁ ମାନେ ଉପବାସ ରହି ମା’ଙ୍କୁ ଦର୍ଶନ କରୁଛନ୍ତି । ସୂର୍ଯ୍ୟ ପୂଜା ସହ ସକଳ କର୍ମଶେଷ ପରେ ଷୋଡଶ ଉପଚାରରେ ଦେବୀ ଦୁର୍ଗାଙ୍କ ପୂଜା ହୋଇଛି,ଏଥିପାଇଁ ପୂଜା ମଣ୍ଡପରେ ନାହିଁ ନଥିବା ଭିଡ ହୋଇଛି । ହାତରେ ପୂଜାଥାଳି ଧରି ଶ୍ରଦ୍ଧାଳୁ ମାନେ ମା’ଙ୍କ ନିକଟରେ ଭୋଗ ଲଗାଇବାକୁ ଅପେକ୍ଷା କରିଛନ୍ତି ।ଆଡମ୍ବରରେ ମା’ଙ୍କ ଦୁର୍ଗାଷ୍ଟମୀ ପୂଜା କରାଯାଉଥିବା ବେଳେ ଶତାଧିକ ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରୁଛନ୍ତି ।ବାଜପୁର ନିକଟସ୍ତ ରାଧା ମାଧବପାଟଣା ନୃସିଂହ ନାଥ ୟୁଥ କ୍ଲବ ଦ୍ୱାରା ଆୟୋଜିତ ଦୁର୍ଗା ପୂଜାରେ ମହାଷ୍ଟମୀ ରେ ଚଣ୍ଡିପାଠସହ ମା ଦୁର୍ଗା ଙ୍କ ନୀତି ନିର୍ଘଣ୍ଟ ଅନୁଯାୟୀ ସନ୍ଧ୍ୟା ୬ଘ ୦୬ମିନିଟ ରେ ଦୁର୍ଗା ଙ୍କ ନିକଟରେ କୁଶ୍ମାଣ୍ଡ ବଳି ଯାହା ପାଣି କଖାରୁ କୁ ବଳି ରୂପରେ ଦିଆଯାଇଥିଲା।ଚଳିତ ବର୍ଷ କର୍ତ୍ତା ଭାବେ ସତ୍ୟଜିତ ସାହୁ ହୋଇଥିବା ବେଳେ ପୂଜକ ରଞ୍ଜନ କର, ନବଘନ ମିଶ୍ର, ଦେବାଶିଷ ମିଶ୍ର, ଦୀପକ ମିଶ୍ର, ଦିଲ୍ଲୀପ ମିଶ୍ର, ଶିବ ପ୍ରସାଦ ମିଶ୍ର ପୂଜାର୍ଚନା କରୁଛନ୍ତି। ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ । ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଧାମାଧବ ପାଟଣା। ଦୁର୍ଗା କ୍ଲବ ପୂଜା ମଣ୍ଡପ । ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ ।