ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ରେ ରାଧାଷ୍ଟମୀ
ନିମାପଡ଼ା,(ସନ୍ତୋଷ ଦାଶ ) ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ ସ୍ଥିତ ପ୍ରାଚୀ ଗୁରୁଧର୍ମ (ନୂଆ ମଠ) ଠାରେ ରାଧାଷ୍ଟମି ଅବସରରେ ଜଗତଜନନୀ ମା ରାଧାରାଣୀଙ୍କ ଜନ୍ମଉତ୍ସବ ମହାଆନନ୍ଦ ଉଲ୍ଲାସ ମଧ୍ୟରେ ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ଆଶ୍ରମ ପରିସରରେ ପାଳିତ ହୋଇଥିଲା। ଅବକାଶ ପଠନ, ବିଶ୍ୱଶାନ୍ତି ପ୍ରାର୍ଥନା, ଷୋଡଶ ଉପଚାରରେ ପୂଜା, ହୁଳହୁଳି, ଶଙ୍ଖ ଧ୍ୱନିରେ ପୂଜାମଣ୍ଡପ କମ୍ପି ଉଠିଥିଲା। ଏହି ଅବସରରେ ଓଁ ରାଧେ, ଶ୍ରୀ ରାଧେ, ଜୟ ଜୟ ରାଧେ ନାମରେ ଚତୁର୍ଥ ପ୍ରହର ନାମ ସଙ୍କୀର୍ତ୍ତନ କରାଯାଇଥିଲା। ବାବାଜୀ ଦିବ୍ୟକୃଷ୍ଣ ଦାସ, ବାବାଜୀ ବିବେକାନନ୍ଦ ଦାସ, ପୂର୍ଣ୍ଣାନନ୍ଦ ଦାସ, ନୂଆଗାଁ ଆତ୍ମରାମ ବାଳାଆଶ୍ରମର ବାବାଜୀ ଗଣେଶ ଦାସ, ଗୀତା ପ୍ରବଚକ ମାନସ୍ୱନୀ ସ୍ୱାଇଁ, ନଚି ଭାଇ, ହାପି ଭାଇ,ରାଜୁ ଭାଇ,କୃଷ୍ଣ ଭାଇ, କାଳୁ ଭାଇ ପ୍ରମୁଖ ନାମ ସଙ୍କୀର୍ତ୍ତନ ରେ ଅଂଶ ଗ୍ରହଣ କରିଥିଲେ। ସଂଧ୍ୟା ରେ କୃଷ୍ଣନାଟ ମନ୍ଦିରରେ ପୂଜା ପରେ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ସ୍ଵଲିଖନ ମଧୁ ଭାଗବତର ପଞ୍ଚମ ଅଧ୍ୟାୟ ପଠନ ପରେ ଶହ ଶହ ଭକ୍ତ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।ଶ୍ରୀ ରାଧାରାଣୀଙ୍କ ଆବାହନ ଓ ଅମୃତ ଭରା ଗୀତକୁ ସେବିକା ସବିତା ଦାସ, ଅନୁ ମା, ବାସନ୍ତୀ ମା, ଶାନ୍ତି ମା ଗାନ କରି ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତର ରତ୍ନାକର ମହାନ୍ତି, ମହେଶ ସାହୁ, ନୀଳମଣି ସାହୁ, ସୁଶ୍ରୀ ଶକୁନ୍ତଳା ଦାଶ ପ୍ରମୁଖ ପରିଚାଳନା କରିଥିଲେ ।ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ କୃଷ୍ଣ ରାଧାର ପ୍ରେମ ଉପାସକ ଥିବାରୁ ବର୍ଷକ ରେ ଥରେ ଏଇ ରାଧା ଷ୍ଟମୀ ଦିନ ଶ୍ରୀ ଗୁରୁଦେବ ମା ରାଧାରାଣୀ ବେଶରେ ସମସ୍ତ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ବୋଲି ସେବକ ପ୍ରୀତି ରଞ୍ଜନ ଦାସ ସୂଚନା ଦେଇଥିଲେ।ଚଳିତ ମାସ ୧୫ ତାରିଖରେ ଭଗବାନ ଶ୍ରୀ କୃଷ୍ଣଙ୍କ ନାମକରଣ ଉତ୍ସବ ଆଶ୍ରମ ପରିସରରେ ପାଳିତ ହେବ।ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରାଯାଇଛି।


