ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ
ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ମହାତ୍ମ୍ୟ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରିବାର ଚେଷ୍ଟା ଓ ଅବକ୍ଷୟମୁଖୀ ନଦୀ ର ପୁନଃରୁଦ୍ଧାର ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ଓ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ତତ୍ବାବଧାନରେ ଗୁରୁବାର ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଥିଲା। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର ଦେଇ ସନ୍ଧ୍ୟାରେ ନିଆଳି ନୂଆଗାଁ ର ରାଧାକାନ୍ତ ମଠ ଠାରେ ପହଞ୍ଚି ରାତ୍ରୀଯାପନ କରିଥଲେ। ଶୁକ୍ରବାର ଦିନ ସେଠାରୁ ପଦଯାତ୍ରା ବାହାରି ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ, ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର ଦେଇ ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଠାରେ ପହଞ୍ଚି ରାତ୍ରୀଯାପନ କରିଛନ୍ତି। ଏହି ପଦଯାତ୍ରା ରେ ବହୁସାଧୁସନ୍ଥ,ଯୋଗୀ, ଶ୍ରଦ୍ଧାଳୁ, ଐତିହାସିକ ,ଗବେଷକ, ପରିବେଶପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଯୋଗ ଦେଇଛନ୍ତି। ପଦଯାତ୍ରୀ ମାନଙ୍କୁ ପ୍ରାଚୀ କୂଳର ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଫୁଲମାଳ ଦେଇ, ହରିବୋଲ ହୁଳହୁଳି ପକାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପଣା ପାଣି , ପଇଡ଼ ପ୍ରଦାନ କରୁଛନ୍ତି। ବିଶ୍ରାମ ସ୍ଥାନ ମାଧବ ମନ୍ଦିର ଠାରେ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପ୍ରାଚୀନଦୀ ର ଐତିହ୍ୟ ସଂପର୍କ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ପଦ ଯାତ୍ରାରେ ପ୍ରଜ୍ଞାନାନନ୍ଦ ଙ୍କ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ, ରାଧାବଲ୍ଳଭ ମହନ୍ତ ରାମକୃଷ୍ଣ ଦାସ ମହାରାଜ,ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ନାଉଗାଁ ର ବ୍ରହ୍ମଚାରି ସତ୍ୟାନନ୍ଦ ଦାସ ମହାରାଜ, ବାବା ଦୀନବନ୍ଧୁ ଦାସ,ସୁଧାନନ୍ଦ ଗିରି ମହାରାଜ, ପର୍ଶୁରାମକ୍ଷେତ୍ର ମହନ୍ତ ଜଗନ୍ନାଥ ଦାସ,ମହନ୍ତ ଦିବ୍ୟକୃଷ୍ଣ ଦାସ ମହାରାଜ,ମହନ୍ତ ତ୍ରିଲୋଚନ ଦାସ, ସମର୍ପଣାନନ୍ଦ ଗିରି, ଆଖଣ୍ଡାନନ୍ଦ, ନନ୍ଦବାବା,ବୈଦିକ ବ୍ରାହ୍ମଣ ପରିଷଦର ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ବାବାଜୀ ବ୍ରଜବନ୍ଧୁ ଦାସ,ପ୍ରାଚୀ ସୁରକ୍ଷା ସମିତି ର ଇଞ୍ଜିନିୟର ଦୁର୍ଗାଚରଣ ମିଶ୍ର ଓ କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରି ମାନେ ଯୋଗଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।


