ପ୍ରାଣୀ ଚିକିତ୍ସାଳୟରେ ନଡା ଉପଚାର ଦ୍ୱାରା ଗୋଖାଦ୍ୟ ପ୍ରସ୍ତୁତିକରଣ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟର ପରିସରରେ ଏକ ଦିବସୀୟ ମୋହନା ଅଞ୍ଚଳର ବଛା ବଛା କିଛି ଗୋପାଳକମାନଙ୍କୁ ନେଇ ନଡା ଉପଚାର ଦ୍ୱାରା ଗୋଖାଦ୍ୟ ପ୍ରସ୍ତୁତିକରଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ. ରମାକାନ୍ତ ରଣା, ସ୍ଥାନୀୟ ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ବିରେନ୍ଦ୍ର ପଣ୍ଡା, ସହକାରୀ ଚିକିତ୍ସା ଅଧିକାରୀ ରଶ୍ମିତା ପଣ୍ଡା , ତାଲିମଦାତା ବେଣୁଥର କର, ନାଗେଶ୍ଵର ରାଓଙ୍କ ଉପସ୍ଥିତିରେ ୨୦ଜଣ ହିତାଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବା ସହ ସେମାନଙ୍କୁ ଗୁଡ , ଲୁଣ, ମକା ଗୁଣ୍ଡ, ୟୁରିଆ , ଆଦି ଗୋଖାଦ୍ୟ ବଣ୍ଠନ କରାଯାଇଥିଲା।ଏହି ଖାଦ୍ୟସାର ପ୍ରୟୋଗ ଦ୍ଵାରା ଗାଇମାନଙ୍କର କ୍ଷୀର ଦେବା କ୍ଷମତା ବୃଦ୍ଧି ପାଇବା ସହ ଗୋପାଳକ ମାନେ ଲାଭବାନ ହୋଇ ପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ