ପ୍ରାତଃ ଭ୍ରମଣ ସମୟରେ ମଧ୍ୟ କର୍ତ୍ତବ୍ୟକୁ ଭୁଲିଲେନି ଆଦର୍ଶ ଥାନା ଅଧିକାରୀ : ଗଞ୍ଜେଇ ବ୍ୟାଗ ସହ ଯୁବକକୁ କାବୁ କରିନେଲେ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ପ୍ରାତଃ ଭ୍ରମଣ ସମୟରେ ମଧ୍ୟ ନିଜ କର୍ତ୍ତବ୍ୟକୁ ଭୁଲିନାହାନ୍ତି ପାରଳା ଆଦର୍ଶଥାନା ଅଧିକାରୀ ।   ଗଞ୍ଜେଇ ବ୍ୟାଗ ସହ ଯୁବକକୁ କାବୁ କରିନେଲେ ଥାନା ଅଧିକାରୀ । ରାସ୍ତାରେ ସାଇକଲିଂ କରୁଥିବା ବେଳେ ଯୁବକର ହାବଭାବକୁ ସନ୍ଦେହ କରି ଯୁବକର ବ୍ୟାଗ ଖୋଲିବାକୁ କହିଥିଲେ  ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ।  ପ୍ରାୟ ୧୦ କିଲୋ ଗଞ୍ଜେଇର ଏକ ପ୍ୟାକେଟ ଧରି  ଚତୁରତାର ସହ କଲେଜ ବ୍ୟାଗ ସାହାଯ୍ୟରେ ନେଉଥିଲା ଯୁବକ ଜଣକ । ପାରଳା-ଖେମୁଣ୍ଡି ସହରର ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ମୂଖ୍ୟ ରାସ୍ତାରେ ଯାଉଥିବା ବେଳେ ଅପର ପଟରୁ ସାଇକେଲିଂ କରି ଆସୁଥିଲେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ।  ଏହି ସମୟରେ ଯୁବକ ଉପରେ ତାଙ୍କର ନଜର ପଡ଼ିଥିଲା ।  ନିଜର ଦକ୍ଷତା ପୁଣି ଉପସ୍ଥିତି ବୁଦ୍ଧି ଯୋଗୁଁ ଯୁବକ ଉପରେ ତାଙ୍କର ସନ୍ଦେହ ଘନିଭୂତ ହୋଇଥିଲା । ଘଟଣାସ୍ଥଳରୁ ଖସି ଦୈାଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଯୁବକକୁ ମାଡ଼ି ବସି ସହକର୍ମୀଙ୍କୁ ଫୋନ୍ କରିଥିଲେ ଥାନା ଅଧିକାରୀ । କିଛି ସମୟ ମଧ୍ୟରେ ପୋଲିସ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଧରି ଥାନା ହାଜତକୁ ନେଇଥିଲେ । କାର୍ଯ୍ୟ ସମୟ ନ ଥିବା ସତ୍ତ୍ବେ ଅଧିକାରୀ ଜଣକ ଦକ୍ଷତାର ସହ ନିଜର କର୍ତ୍ତବ୍ୟ କରିଥିଲେ । ଦୁର୍ନୀତି ରୋକିବାକୁ ସବୁ ସମୟରେ ସଜାଗ ରହିଥାନ୍ତି ପୋଲିସ ଅଧିକାରୀ ଜଣକ । ଫଳରେ ଅସମୟ ହୋଇଥିଲେ ମଧ୍ୟ ଗଞ୍ଜେଇ ସହ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ଅଧିକାରୀ ଜଣକ ।  ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପ୍ରତିଦିନ ପୋଲିସ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରୁଥିବା ଘଟଣା ସାମ୍ନାକୁ ଆସି ଥାଏ । ତେବେ ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ଅଳ୍ପ ଅଳ୍ପ ପରିମାଣର ଗଞ୍ଜେଇ କଲେଜ ବ୍ୟାଗ ଆଦିରେ ପରିବହନ କରୁଛନ୍ତି ମାଫିଆ । ଥାନା ଅଧିକାରୀ ଶ୍ରୀ ସ୍ୱାଇଁଙ୍କ ଏ ଭଳି କର୍ତ୍ତବ୍ୟ ନିଷ୍ଠା ବିଷୟରେ ପ୍ରଚାରରିତ ହେବା ପରେ ଜିଲ୍ଲାର ସବୁ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ